ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 14, 2023

ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଗୁରୁତର

ବିବାହ ସରିଥିଲା। ଚାଲିଥିଲା ବାଟବରଣ। ଆଉ କିଛି ସମୟରେ ଶାଶୁ ଘରେ ପାଦ ଦେଇଥାନ୍ତା କନିଆ। ଆରମ୍ଭ କରିଥାନ୍ତା ନୂଆ ଜୀବନ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ । ବାଟବରଣ ବେଳେ କନିଆ ଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଊର୍ଦ୍ଧ୍ୱ ଗୁରୁତର ଆହତ ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗାଁରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗାଁର ଜଣେ ଯୁବକଙ୍କର ଲାଞ୍ଜିପଲ୍ଲୀ ଅଞ୍ଚଳର କେଶବନଗର ଅଞ୍ଚଳର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଯୁବତୀଜଣକ ନିଜ ପରିବାର ଓ ସମ୍ପର୍କୀୟଙ୍କ ସହ ବିବାହ ନିମନ୍ତେ ଗତକାଲି ବର ଘରେ ପହଞ୍ଚିଥିଲେ। ବିବାହ ଶେଷ ପରେ ବାଟବରଣ ଚାଲିଥିଲା। ଏହାପରେ ନିଜ ଶାଶୁ ଘରେ ପାଦ ଦେଇଥାନ୍ତା ବୋହୂ । ହେଲେ ତା’ ପୂର୍ବରୁ ଘଟିଗଲା ଅଘଟଣ ।

ଯୁବକଙ୍କ ଘର ରାସ୍ତା ପାର୍ଶ୍ୱରେ ହୋଇଥିବା ବେଳେ ସେଠାରେ ବାଟବରଣ ଚାଲିଥିଲା ଓ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ଦ୍ରୁତ ଗତିରେ ଛତିଶଗଡ଼ ପଟୁ ଆସୁଥିବା ଏକ ସ୍କର୍ପିଓ ବାଟବରଣ କରୁଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା।

ଘଟଣାସ୍ଥଳରେ ୧୫ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଲାଞ୍ଜିପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରୁ ବରକନ୍ୟା ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପୁଲିସ୍‌ ସ୍କର୍ପିଓକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/4vgimuE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages