ମହଙ୍ଗା ପଡ଼ିଲା ବିବାଦୀୟ ସିନେମା, ରାତି ତମାମ ବିବିସି କାର୍ଯ୍ୟାଳୟରେ ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 14, 2023

ମହଙ୍ଗା ପଡ଼ିଲା ବିବାଦୀୟ ସିନେମା, ରାତି ତମାମ ବିବିସି କାର୍ଯ୍ୟାଳୟରେ ଚଢ଼ାଉ

ମହଙ୍ଗା ପଡ଼ିଲା ବିବାଦୀୟ ସିନେମା। ଆୟକର ଅଧିକାରୀମାନେ ବିବିସି (ବ୍ରିଟିସ ବ୍ରୋଡକାଷ୍ଟିଂ କର୍ପୋରେସନ)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଚଢ଼ଉ ଜାରି ରଖିଛନ୍ତି। ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ରେଡ୍‌ ରାତିତମାମ ଜାରି ରହିଛି। ଆୟକର ଅଧିକାରୀମାନେ ମଙ୍ଗଳବାର ବିସିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ରେଡ୍‌ କରି ଫୋନ୍ ଏବଂ ଲାପଟପ୍ ଜବତ କରିଛନ୍ତି। ସେହିପରି ବିସିସିର ଏକ କାର୍ଯ୍ୟାଳୟଗୁଡିକୁ କରାଯାଇଛି। ୨୦୧୨ ମସିହାରୁ ଆୟକର କର୍ତ୍ତୃପକ୍ଷ ଆକାଉଣ୍ଟ୍ ବିବରଣୀ ଯାଞ୍ଚ କରୁଛନ୍ତି। ଚଢ଼ଉରେ ବିବିସି ସାମ୍ବାଦିକମାନଙ୍କ ମୋବାଇଲ ଫୋନ୍ ଓ ଲାପଟପ ଏବଂ ଅନେକ କାଗଜପତ୍ର ଜବତ କରାଯାଇଛି। ତଲାସି ଆରମ୍ଭ ହେବାର ଛଅଘଣ୍ଟା ପରେ ଏବଂ ସେମାନଙ୍କ ଲାପଟପ ଆଦି ସ୍କାନ କରାଯିବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଥିଲା। ଆୟକର କର୍ତ୍ତୃପକ୍ଷ ବର୍ତ୍ତମାନ ନୂଆଦିଲ୍ଲୀ ଏବଂ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ଅଛନ୍ତି ।

ଯାଞ୍ଚ ଏଜେନ୍ସିକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଥିବା ବିବିସି କହିଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୦୨ ଗୁଜରାଟ ଦଙ୍ଗାକୁ ନେଇ ଦୁଇଟି ଡକୁମେଣ୍ଟାରି ପ୍ରସ୍ତୁତ କରିବା ପରେ ଏହି ସଂସ୍ଥା ବିବାଦୀୟ ହୋଇପଡ଼ିଥିଲା।ବିବିସି ବିରୋଧରେ ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ସମ୍ପର୍କିତ ଅଭିଯୋଗର ତଦନ୍ତ ଆଧାରରେ ଏହି ଚଢଉ ହୋଇଛି। ବିବିସି କାର୍ଯ୍ୟାଳୟ ଆର୍ଥିକ ବିଭାଗର କମ୍ପ୍ୟୁଟର, ଲାପଟପ ଓ କେତେକ କର୍ମଚାରୀଙ୍କ ମୋବାଇଲ ଫୋନକୁ ଆୟକର ବିଭାଗ ଅଧିକାରୀମାନେ ଦୀର୍ଘ ଘଣ୍ଟା ଧରି ଯାଞ୍ଚ କରିଥିବା ଜଣାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ବରିଷ୍ଠ ସଦସ୍ୟଙ୍କ କହିବା ଅନୁଯାୟୀ ବିବିସି କାର୍ଯ୍ୟାଳୟରେ ଚଢଉ ନୁହେଁ ସର୍ଭେ କରାଯାଇଛି। ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) କାର୍ଯ୍ୟାଳୟରେ ଆୟକର ବିଭାଗର ଏପରି ଚଢଉକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ନିକଟରେ ବିବିସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରସାରଣ କରାଯାଇଥିଲା।

ଏହି ବୃତ୍ତଚିତ୍ରରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକାକୁ ଚିତ୍ରଣ କରାଯାଇଥିଲା। ବୃତ୍ତଚିତ୍ରକୁ ନିଷିଦ୍ଧ କରାଯିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିବିସିର ବୃତ୍ତଚିତ୍ର ପ୍ରସାରଣ ପରେ ପରେ ଆୟକର ଚଢଉ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେତେବେଳେ ଟିକସ ଫାଙ୍କିବା ଓ ଅର୍ଥ ନେଣଦେଣ ସମ୍ପର୍କିତ ଅନିୟମିତତାର ଅଭିଯୋଗ ଆସେ ସେତେବେଳେ ଆୟକର ବିଭାଗ ଏପରି ଚଢଉ କରିଥାଏ। ଦେଶ​ରେ ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ମଧ୍ୟ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। କଂଗ୍ରେସ କହିଛି ଯେ ବିବିସି କାର୍ଯ୍ୟାଳୟରେ ଆୟକର ଚଢଉ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତିର ସୂଚନା ଦେଉଛି। ଦଳର ନେତା ଦିଗବିଜୟ ସିଂହ କହିଛନ୍ତି ଯେ ୧୦୦ବର୍ଷର ଇତିହାସରେ ପ୍ରଥମ କରି ବିବିସି କାର୍ଯ୍ୟାଳୟରେ ଚଢଉ କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yRIQlAf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages