୨୦୧୯ ସାଧାରଣ ନିର୍ବାଚନ ପରଠୁ କୋମାରେ ଥିବା ବିଜେଡି ଆଇନ ସାମ୍ମୁଖ୍ୟର ପୁନର୍ଗଠନ ହୋଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ ହୋଇଛି । ମିଲନ କାନୁନଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି କରାଯାଇଥିବା ବେଳେ ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ଜଣେ ସମ୍ପାଦକ, ଜଣେ ରାଜ୍ୟ ସଂଯୋଜକ ଓ ୪ ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି। ତା’ ସହିତ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ରାମନାଥ ମିଶ୍ରଙ୍କ ନାଁ ରହିଛି। ତାଙ୍କୁ ଗଜପତି ଜିଲ୍ଲା ଆଇନ ସାମ୍ମୁଖ୍ୟର ସଭାପତି କରାଯାଇଛି। କିନ୍ତୁ ସେ ଆଉ ଇହଜଗତରେ ନାହାନ୍ତି।
ସ୍ୱର୍ଗତ ରାମନାଥ ମିଶ୍ର ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ସେ ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ୨୦ରୁ ଅଧିକ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୨୨ ଅକ୍ଟୋବର ମାସରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତା’ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।
ପ୍ରାୟ ୫ ମାସ ହେଲା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ବିଜେଡି କିପରି ତାଙ୍କୁ ଜିଲ୍ଲା ଆଇନ ସାମ୍ମୁଖ୍ୟର ସଭାପତି କଲା, ତାକୁ ନେଇ ପୂରା ଗଜପତି ଜିଲ୍ଲାରେ ଆଲୋଚନା ଚାଲିଛି। ଦଳୀୟ କର୍ମୀ, ଆଇନଜୀବୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GEAf28K
No comments:
Post a Comment