ପୁଣି ଥରହର କଲା ଭୟଙ୍କର ଭୂମିକମ୍ପ। ଏକାଥରକେ ଦୁଇ ଦୁଇଟି ସ୍ଥାନରେ ଅନୁଭୂତ ହେଲା ଭୂକମ୍ପ ଝଟ୍କା। ଆଜି ସକାଳୁ ପପୁଆ ନ୍ୟୁ ଗିନିର ନ୍ୟୁ ବ୍ରିଟେନ୍ ଅଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରେକର୍ଡ କରାଯାଇଛି। ୟୁଏସ ଜିଓଲଜିକାଲ ସର୍ଭେ ଏହି ସୂଚନା ଦେଇଛି। ୟୁଏସଜିଏସର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ୬୫ କିଲୋମିଟର ଗଭିରତାରେ ଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।
ଏପଟେ ଆଫଗାନିସ୍ତାନର ଫୈଜାବାଦରେ ବି ଭୂକମ୍ପ ଅନୁଭୁତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଅନୁଭୂତ ଭୂକମ୍ପ ହୋଇଛି। ଭୂକମ୍ପର କେନ୍ଦ୍ର ୧୮୦ କିଲୋମିଟର ଗଭିରତାରେ ଥିବା ଜଣାପଡିଛି।
ଲଗାତାର କିଛି ଦିନ ହେବ ଅନେକ ଦେଶରେ ଭୂମିକମ୍ପ ଝଟ୍କା ଅନୁଭୂତ ହେଉଛି। ଗତ କିଛି ଦିନ ତଳେ ତାଜିକିସ୍ତାନ ଓ ଆଫଗାନିସ୍ତାନରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦରୁ ୨୬୫ କିଲୋମିଟର ଦୂର ତାଜିକିସ୍ତାନରେ ଥିଲା। ଏହି ଭୂମିକମ୍ପର ତୀବ୍ରତା ୬.୬ ରେକର୍ଡ କରାଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/IG6djcS
No comments:
Post a Comment