ଆମେରିକା ଓ ଚୀନ୍ ମଧ୍ୟରେ ଏକ ବେଲୁନକୁ ନେଇ ଉତ୍ତେଜନା ସ୍ଥିତି ଲାଗି ରହିଛି। ଆକଶ ସୀମାରେ କିଛି ଦିନ ହେବ ଉଡ଼ୁଥିବା ଚୀନର ଗୁଇନ୍ଦା ବେଲୁନକୁ ଆଜି ଗୁଳି କରି ଖସାଇ ଦିଆଯାଇଛି ଆମେରିକ। ଗତ କିଛି ଦିନ ହେବ ବେଲୁନର ଗତିବିଧି ଉପରେ ନଜର ରଖିଥିବା ଆମେରିକୀୟ ସେନା ଆଟଲାଣ୍ଟିକ୍ ମହାସାଗରରେ ପହଞ୍ଚିବା ପରେ ଏହାକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଖସାଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ଦ୍ଦେଶ ପରେ ଆମେରିକା ସେନା ଏହି ପଦକ୍ଷେପ ନେଇଛି।
ଏଏଫ୍ପି ନ୍ୟୁଜ୍ ମୁତାବକ, ଏହି ବେଲୁନକୁ ଖସାଇବା ପୂର୍ବରୁ ତିନୋଟି ବିମାନବନ୍ଦରକୁ ବନ୍ଦ କରାଯାଇଥିଲା। କେବଳ ସେତିକି ନୁହେଁ ଏୟାରସ୍ପେସ୍କୁ ମଧ୍ୟ ବନ୍ଦ କରିଥିଲା ଆମେରିକା। ଏହାପରେ ଆମେରିକା ସେନାର ବିମାନ ଆଣ୍ଟଲାଣ୍ଟିକ୍ ମହାସାଗର ଉପରେ ଉଡୁଥିବା ଏହି ଗୁଇନ୍ଦା ବେଲୁନକୁ କ୍ଷେପଣାସ୍ତ୍ର ସାହାଯ୍ୟରେ ଗୁଳି କରି ଖସାଇଥିଲା।
ସ୍ତାନୀୟ ମିଡିଆ ଫୁଟେଜରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରେ ଏକ ଛୋଟ ବିସ୍ଫୋରଣ ଦେଖିବାକୁ ମିଳିଛି। ବେଲୁନ ନିକଟରେ କିଛି ଯୁଦ୍ଧ ବିମାନ ଉଡ଼ୁଥିବା ମଧ୍ୟ ଦେଖିବାକୁ ମିିଳିଛି। ଆଉ ଏହି ଯୁଦ୍ଧ ବିମାନରୁ ହିଁ ଗୁଳି ବେଲୁନକୁ ଖସାଇ ଦିଆଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି। ଏହାପରେ ବେଲୁନଟି ପାଣିରେ ପଡି ଯାଉଛି। ବେଲୁନର ସମସ୍ତ ଆବର୍ଜନା ଯେପରି ପାଣିରେ ପଡିବ ସେ ନେଇ ଏହି ଅପରେସନ୍କୁ ଯୋଜନା କରାଯାଇଥିଲା। ବେଲୁନ ତଳକୁ ଖସିବା ପରେ ଯଥାସମ୍ଭବ ଆବର୍ଜନା ହଟାଇବା ପାଇଁ ଜାହାଜ ନିୟୋଜିତ କରାଯାଇଥିଲା। ତେବେ ବେଲୁନକୁ ଖସାଇବାର କିଛି ଘଣ୍ଟା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଏହା ଉପରେ ଧ୍ୟାନ ଦେବାକୁ ଶପଥ ନେଇଥିଲେ।
ପୂର୍ବରୁ ବେଲୁନଟି ନିଜର ବୋଲି କହିଥିଲା ଚୀନ୍। ତେବେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ଲାଗି ତିଆରି ହୋଇଥିବା ଏହି ବେଲୁନ ଦିଗ ଭୁଲି ଚାଲିଯାଇଥିବା ଚୀନ୍ ପକ୍ଷରୁ କୁହାଯାଇଥିଲା। ଏବେ ଆମେରିକାର ଜେଟ୍ ଦ୍ୱାରା ଏହି ବେଲୁନ୍କୁ ଖସାଯିବା ପରେ ଚୀନ୍ ବିଦେଶ ମନ୍ତ୍ରାଳୟ ପକ୍ଷରୁ କଡା ଅସନ୍ତୋଷ ପ୍ରକାଶ କରାଯିବା ସହ ବିରୋଧ ମଧ୍ୟ କରାଯାଇଛି।
ସପ୍ତାହ ପୂର୍ବରୁ, ଆମେରିକା ଦାବି କରିଥିଲା ଯେ ବେଲୁନ୍ ଉତ୍ତର ଆମେରିକାର ସମ୍ବେଦନଶୀଳ ସାମରିକ ସ୍ଥାନ ଉପରେ ଗୁପ୍ତଚର କରୁଛି। ଏହି ଗୁଇନ୍ଦା ବେଲୁନ୍କୁ ଅର୍ନ୍ତମହାଦେଶୀୟ କ୍ଷେପଣାସ୍ତ୍ର ବିଷୟରେ ତଥ୍ୟ ସଂଗ୍ରହ ପାଇଁ ପଠାଇଛି ଚୀନ। ହେଲେ ଏହି କଥାକୁ ଖଣ୍ଡନ କରିଥିଲା ଚୀନ।
ବାସ୍ତବରେ ଗତ ତିନି ଦିନ ହେବ ଚୀନ୍ର ଏହି ଗୁଇନ୍ଦା ବେଲୁନ ଆମେରିକାର ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା। ପେଣ୍ଟାଗନ ଏହି ବେଲୁନ ଉପରେ କଡ଼ା ନଜର ରଖିଥିଲା। ଏହି ପ୍ରସଙ୍ଗରେ ପେଣ୍ଟାଗନ୍ର ଗଣମାଧ୍ୟମ ସଚିବ ବ୍ରିଗେଡିୟର୍ ଜେନେରାଲ୍ ପ୍ୟାଟ୍ ରିଟର୍ ଗୁରୁବାର ସନ୍ଧ୍ୟାରେ କହିଥିଲେ ଯେ ଏହି ଗୁପ୍ତଚର ବେଲୁନ୍ ଠାରୁ କୌଣସି ବିପଦ ନାହିଁ। ବେଲୁନ୍ ଚିହ୍ନଟ ହେବା ପରେ ଆମେରିକା ସରକାର ସମ୍ବେଦନଶୀଳ ତଥ୍ୟର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେଇଥିଲେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VdohWy3
No comments:
Post a Comment