ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 4, 2023

ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ନିମ୍ନମାନର ଖାଦ୍ୟ, ଭିଡିଓ ଭାଇରାଲ

ପୁଣି ଚର୍ଚ୍ଚାରେ ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରେନ୍‌ରେ ନିମ୍ନମାନର ଖାଦ୍ୟ ପରସାଯିବାକୁ ନେଇ ହଙ୍ଗାମା। ଏହି ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ଆସିଛି। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଖୋଦ୍‌ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଶେଆର କରିଛନ୍ତି। ଏହାପରେ ଜବାବ ରଖିଛି ଆଇଆର୍‌ଟିସି।

ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ପନ୍ଦେ ଭାରତରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ଖାଦ୍ୟ ପ୍ୟାକେଟରେ ମିଳୁଥିବା ସିଙ୍ଗଡଢାକୁ ଦବାଉଛନ୍ତି ଏବଂ ଏଥିରୁ ପ୍ରବଳ ତେଲ ବାହାରୁଛି। ଯାତ୍ରୀ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି ଯେ 'ବନ୍ଦେ ଭାରତ ଟ୍ରେନରେ ଖାଦ୍ୟ ଯେତିକି ମହଙ୍ଗା, ଏହାର ଗୁଣ ମଧ୍ୟ ସେତିକି ନିମ୍ନମାନର।'

ବିଶାଖାପାଟନମ୍‌ରୁ ହାଇଦ୍ରାବାଦ ଯାଉଥିବା ଏହି ଟ୍ରେନ୍‌ରେ ଏଭଳି ଖାଦ୍ୟ ମିଳିଥିବା ଅଭିଯୋଗ ଆସିଛି। ଯାତ୍ରୀଙ୍କ ଏହି ଭିଡିଓ ଉପରେ ଆଇଆରସିଟିସି ମଧ୍ୟ ପ୍ରତିକ୍ରିୟା ଦେଇଛି। IRCTC ଏହି ଭିଡିଓ ସମ୍ବନ୍ଧରେ ଏକ ଟୁଇଟ୍ କରି ଲେଖିଛି ଯେ ଆପଣଙ୍କ ଅଭିଯୋଗ ବିଷୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଉପଯୁକ୍ତ ପଦକ୍ଷେପ ନିଆଯିବ। ଉଲ୍ଲେଖଯୋଗ୍ୟ ଏହି ଭିଡିଓଟି ହେଉଛି ମାସେ ପୁରୁଣା।

ବନ୍ଦେ ଭାରତ ଏକ୍ସପ୍ରେସ ଦେଶର ପ୍ରିମିୟମ ଟ୍ରେନ୍‌ ମଧ୍ୟରୁ ଅନ୍ୟତମ। ଗତ ବର୍ଷ ଏହି ଟ୍ରେନ୍‌ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ବିୟରିଂରେ ତ୍ରୁଟି ହେତୁ ଟ୍ରେନର ଚକା ଜାମ୍ ହୋଇଯାଇଥିଲା। ନୂଆଦିଲ୍ଲୀ-ବାରାଣାସୀ ମାର୍ଗରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ୍ (ଟ୍ରେନ୍ ନମ୍ବର ୨୨୪୩୬) ରେ ଏହି ବୈଷୟିକ ତ୍ରୁଟି ସାମ୍ନାକୁ ଆସିଥିଲା। ଏହି କାରଣରୁ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PoKfOxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages