ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 23, 2023

ରୁଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ତୁରନ୍ତ ସେନା ପ୍ରତ୍ୟାହାର ପାଇଁ ପ୍ରସ୍ତାବ ପାରିତ, ଭୋଟ ଦେଲାନି ଭାରତ

ଆଜିକୁ ଠିକ୍‌ ବର୍ଷେ ତଳେ ଅର୍ଥାତ ୨୦୨୨ ମସିହା ଫେବୃଆରୀ ୨୪ ତାରିଖରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡ଼ୋଶୀ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ରୁଷର ସେନା ୟୁକ୍ରେନ ଉପରେ ହମଲା କରିଥିଲେ। ୟୁକ୍ରେନ ଅପେକ୍ଷାକୃତ ଦୁର୍ବଳ ଓ ଛୋଟ ଦେଶ ହୋଇଥିଲେ ମଧ୍ୟ ରୁଷ ହମଲାରେ ଡରି ଯାଇ ନଥିଲା।

ଫଳରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ। ଏହି ଯୁଦ୍ଧ ଏଯାଏ ମଧ୍ୟ ଚାଲିଛି। ୟୁକ୍ରେନ ହାର ମାନିନି। ଅବଶ୍ୟ ଆମେରିକା ଓ ବ୍ରିଟେନ ଭଳି ଦେଶ ପରଦା ପଛରେ ରହି ୟୁକ୍ରେନକୁ ସବୁ ସହଯୋଗ କରୁଛନ୍ତି। ତଥାପି ୟୁକ୍ରେନ ସେନାର ସାହାସକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।

କାରଣ ରୁଷ ଭଳି ଶକ୍ତିଶାଳୀ ଦେଶକୁ ୟୁକ୍ରେନ ମୁହଁତୋଡ଼ ଜବାବ ଦେଇଛି। ଆଜି ଏହି ଯୁଦ୍ଧକୁ ବର୍ଷେ ପୂରିଥିବା ବେଳେ ମିଳିତ ଜାତିସଂଘ ପୁଣିଥରେ ରୁଷ ବିରୋଧରେ ଗୋଟିଏ ସଂକଳ୍ପ ପାରିତ କରିଛି। ଏହି ସଂକଳ୍ପରେ ରୁଷକୁ ତୁରନ୍ତ ୟୁକ୍ରେନରୁ ସେନା ପ୍ରତ୍ୟାହାର କରି ନେବାକୁ ଆହ୍ୱାନ ଦିଆଯାଇଛି।

ମିଳିତ ଜାତିସଂଘର ସାଧାରଣ ପରିଷଦ (ୟୁଏନଜିଏ) ୟୁକ୍ରେନରେ ବ୍ୟାପକ, ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏହି ସଂକଳ୍ପ ପାରିତ କରିଛି। ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ହୋଇଥିବା ଆଲୋଚନା ବେଳେ ଜାତିସଂଘର ପ୍ରାୟ ସବୁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୧୪୧ ଜଣ ରୁଷ ବିରୋଧୀ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ। ୭ ଜଣ ପ୍ରସ୍ତାବକୁ ବିରୋଧ କରିଥିବା ବେଳେ ଚାଇନା ଓ ଭାରତ ସମେତ ୩୨ଟି ରାଷ୍ଟ୍ର ଭୋଟ ଦାନରୁ ନିଜକୁ ଦୂରେଇ ରଖିଥିଲେ।

ତଥାପି ଅଧିକାଂଶ ସଦସ୍ୟ ସଂକଳ୍ପକୁ ସମର୍ଥନ କରିଥିବାରୁ ଏହା ସାଧାରଣ ସଭାରେ ପାରିତ ହୋଇଛି। ଏହାପୂର୍ବରୁ ମଧ୍ୟ ମିଳିତ ଜାତିସଂଘରେ ରୁଷ ବିରୋଧରେ ଆସିଥିବା ଅଧିକାଂଶ ସଂକଳ୍ପରୁ ଭାରତ ନିଜକୁ ଦୂରେଇ ରଖିବାର ନଜିର ରହିଛି। ଭାରତ ମତରେ ଏପରି ସଂକଳ୍ପର ମୂଲ୍ୟ କିଛି ନାହିଁ। ଶାନ୍ତି ପ୍ରତିଷ୍ଠା ପାଇଁ ଏକମାତ୍ର ମାଧ୍ୟମ ହେଲା କୂଟନୀତିକ ଆଲୋଚନା।

ମିଳିତ ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି ଯେ “ମିଳିତ ଜାତିସଂଘ ଚାର୍ଟାରକୁ ଭାରତ ସବୁବେଳେ ଅନୁସରଣ କରି ଆସିଛି। ଆମେ ସବୁବେଳେ ଶାନ୍ତି ପ୍ରତିଷ୍ଠାର ଏକମାତ୍ର ଉପାୟ ହେଲା ଆଲୋଚନା ଓ କୂଟନୀତିକ ସମ୍ପର୍କ ବୋଲି କହି ଆସିଛୁ। ଏପରି ସଂକଳ୍ପ ଆମ ସମସ୍ତଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ ସହାୟତା କରିବ ବୋଲି ଆମେ ଭାବୁନୁ। ତେଣୁ ଆମେ ଏଥିରୁ ନିଜକୁ ଦୂରେଇ ରଖୁଛୁ।

୧୯୪୫ ମସିହାରେ ବିଶ୍ୱ ନିର୍ମାଣ ଉପରେ ଆଧାରିତ ମିଳିତ ଜାତିସଂଘର ନିୟମ ଓ ମିଳିତ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ଏବେ ପ୍ରଭାବହୀନ ହୋଇ ଯାଇନି କି? ଭାରତ ସବୁବେଳେ ୟୁକ୍ରେନର ସ୍ଥିତିକୁ ନେଇ ଚିନ୍ତିତ। ଏହି ବିବାଦ ଅଗଣିତ ନୀରିହ ଲୋକଙ୍କ ଜୀବନ ନେଇଛି। ଅନେକ ଲୋକ ବାସହୀନ ହୋଇ ପଡ଼ିଛନ୍ତି। ସାଧାରଣ ଲୋକଙ୍କ ଭିତ୍ତିଭୂମି ଉପରେ ଆକ୍ରମଣ ଅତ୍ୟନ୍ତ ଚିନ୍ତାର ବିଷୟ।”

ଦୁଇ ଦିନ ତଳେ ୟୁକ୍ରେନ ସରକାର ଭାରତ ସହ ଯୋଗାଯୋଗ କରିଥିଲେ। ଏହି ସମୟରେ ମିଳିତ ଜାତିସଂଘରେ ଆସିବାକୁ ଥିବା ସଂକଳ୍ପ ସପକ୍ଷରେ ଭାରତ ସରକାରଙ୍କ ସମର୍ଥନ ଲୋଡ଼ିଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rXeiLcE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages