ଚାର୍ଜଫ୍ରେମ ହୋଇଥିବା ରାଜନେତା ନିର୍ବାଚନ ଲଢ଼ିପାରିବେ କି? କେନ୍ଦ୍ର ଓ ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 24, 2023

ଚାର୍ଜଫ୍ରେମ ହୋଇଥିବା ରାଜନେତା ନିର୍ବାଚନ ଲଢ଼ିପାରିବେ କି? କେନ୍ଦ୍ର ଓ ଇସିଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଯେଉଁ ସବୁ ରାଜନେତାଙ୍କ ନାଁରେ ଅତ୍ୟନ୍ତ ସମ୍ବେଦନଶୀଳ ମାମଲାରେ ଚାର୍ଜଫ୍ରେମ ହୋଇଛି ଓ ସେମାନେ ଏକାଧିକ ଅସାମାଜିକ କାମରେ ଲିପ୍ତ ରହିଛନ୍ତି, ସେମାନଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ନ ମିଳିବା ଦରକାର ବୋଲି ଦାବି କରି ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀ ଏପରି ରାଜନେତାଙ୍କ ବିଧାୟକ, ସାଂସଦ ଓ ମନ୍ତ୍ରୀ ପଦ ମଧ୍ୟ ରଦ୍ଦ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି।

ଜଷ୍ଟିସ କେଏସ୍‌ ଯୋଶେଫ ଓ ଜଷ୍ଟିସ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି, “ଯଦି ଆମେ ସମସ୍ତେ ଗୋଟିଏ ଦେଶ ଭାବେ ରହିବା, ତା’ହହେଲେ ସମସ୍ତଙ୍କ ପାଖରେ ଉପଯୁକ୍ତ ଚରିତ୍ର ଓ ମୂଲ୍ୟବୋଧ ରହିବା ଦରକାର। ଆପଣମାନେ ଦୁର୍ନୀତିର ସଂଖ୍ୟା ଦେଖନ୍ତୁ। ପଶ୍ଚିମ ଦେଶ ଗୁଡ଼ିକରେ ସାଧାରଣ ଲୋକ ଏଥିପାଇଁ ଆଦୌ ସମସ୍ୟାର ସମ୍ମୁଖୀନ ହେଉନାହାନ୍ତି। ଏଠାରେ ଦୁର୍ନୀତି ତୃଣମୂଳସ୍ତରରୁ ଆରମ୍ଭ ହେଉଛି। ଏହା ହେଉଛି ସମାଜର ପ୍ରକୃତ ସମସ୍ୟା।”

ଆବେଦନକାରୀ ଓକିଲ ଅଶ୍ୱିନୀ ଉପାଧ୍ୟୟ କହିଛନ୍ତି, ଯଦି କୋର୍ଟ କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଚାର୍ଜଫ୍ରେମ କରୁଛନ୍ତି, ତା’ହେଲେ ତାଙ୍କୁ ନିଲମ୍ବିତ କିମ୍ବା ବହିଷ୍କୃତ କରାଯାଉଛି। କିନ୍ତୁ ଜଣେ ରାଜନୀତିକ ପ୍ରାର୍ଥୀ କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ନ ହେବା ଯାଏ କିମ୍ବା ୨ରୁ ୩ ବର୍ଷ ଜେଲଦଣ୍ଡ ନ ପାଇବା ଯାଏ ସେ ମନ୍ତ୍ରୀ, ସାଂସଦ କିମ୍ବା ବିଧାୟକ ଭାବେ କାମ କରୁଛନ୍ତି।

ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜଫ୍ରେସ ହେଉଛି, ସେ ପିଓନ ହେବାକୁ ମଧ୍ୟ ଯୋଗ୍ୟ ନୁହନ୍ତି। ହେଲେ ଏଠାରେ ରାଜନେତାମାନେ ବିଧାୟକ, ଏପରି କି ଆଇନ ମନ୍ତ୍ରୀ ମଧ୍ୟ ହୋଇଯାଉଛନ୍ତି ବୋଲି ସେ କହିଛନ୍ତି।

ଆଇନଜୀବୀ ଉପାଧ୍ୟୟଙ୍କ ଠାରୁ ଏକଥା ଶୁଣିବା ପରେ ଜଷ୍ଟିସ ଯୋଶେଷ ନିର୍ବାଚନ କମିଶନଙ୍କ ଓକିଲ ଅମିତ ଶର୍ମାଙ୍କୁ ନିଜର ପକ୍ଷ ରଖିବାକୁ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଆସନ୍ତା ୩ ସପ୍ତାହ ମଧ୍ୟରେ କେନ୍ଦ୍ର ଓ ଇସିଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ ପ୍ରଥମ ସପ୍ତାହରେ ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QT5KgwP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages