ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 5, 2023

ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ

ଆସନ୍ତା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ। ଏଭଳି କିଛି ଘୋଷଣା କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା। ସେ ଅବସର ଘୋଷଣା କରିବା ଆଳରେ ରାଜନୈତିକ ଗୋଟି ଚାଳନା କରିଛନ୍ତି। ସୂଚନା ଅନୁସାରେ, ଅବସର ନେ‌ଲା ପରେ ମଧ୍ୟ ସେ ରାଜନୀତି ସହିତ ଜଡ଼ିତ ରହିବେ ବୋଲି କହିଛନ୍ତି।

ଆଗାମୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ପ୍ରାୟ ସବୁ ଦଳ ଜୋରସୋର୍‌ରେ ପ୍ରସ୍ତୁତି କରିଦେଇଛି। ଭିନ୍ନ ଭିନ୍ନ ଅଞ୍ଚଳରେ ଦଳର ନେତା ଘନ ଘନ ଜନସିଭା କରୁଛନ୍ତି। ଏହାରି ଭିତର ସିଦ୍ଧରମୈୟା ମଧ୍ୟ ବିଦରର ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ରାଲିରେ ସେ ଇମୋସାନାଲ କାର୍ଡ ଖେଳି କହିଥିଲେ, ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ।

ଚଳିତ ବର୍ଷ ମେ' ମାସ ପୂର୍ବରୁ ଏଠି ନିର୍ବାଚନ ହେବ। ୨୨୪ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ମେ' ୨୪ ତାରିଖରେ ଶେଷ ହେବ। ତେଣୁ ଏହା ପୂର୍ବରୁ ଏଠି ନିର୍ବାଚନ ହେବ। ପୂର୍ବରୁ ୨୦୧୮ ମେ' ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ପରେ ‘ଜନତା ଦଳ (ସିକ୍ୟୁଲାର୍‌)’ ଏବଂ ‘ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ କଂଗ୍ରେସ’ଙ୍କ ମିଳିତ ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏଚ୍‌. ଡି. କୁମାରସ୍ୱାମୀ।

ସେପଟେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଶାସନ କାଳରେ ସିଦ୍ଧରମୈୟା ରାଜ୍ୟକୁ କରଜରେ ବୁଡାଇ ଦେଇଥିବା ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନ କାଳରେ ସିଦ୍ଧରମୈୟା ସବୁଠୁ ଅଧିକ ଋଣ କରିଛନ୍ତି। ଏହା କର୍ଣ୍ଣାଟକ ଇତିହାସରେ ପ୍ରଥମ ବୋଲି ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/6xvRqgc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages