ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 4, 2023

ନବ ଦାସ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେ ଧର୍ମେନ୍ଦ୍ର

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଏକ ବଡ଼ ଷଡ଼ଯନ୍ତ୍ରର ପରିଣାମ ବୋଲି କୁହାଯାଉଥିବା ବେଳେ ଏହି ସନ୍ଦେହକୁ ଆହୁରି ଦୃଢ଼ଭୂତ କରୁଛି କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟା। କ୍ରାଇମବ୍ରାଞ୍ଚର ତଦନ୍ତ ପ୍ରକ୍ରିୟାକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଉଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରେ ଯେଉଁ ତଦନ୍ତ ଚାଲିଛି, ତା’ର ମୂଳଦୁଆ ହିଁ ଠିକ୍ ନାହିଁ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁଲିସ୍ ବିଭାଗର ଜଣେ ଏଏସ୍‌ଆଇ ସ୍ତରର କର୍ମଚାରୀ ସ୍ପଷ୍ଟ ଦିବାଲୋକରେ ସରକାରୀ ବନ୍ଧୁକରୁ ଗୁଳି କରି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କଲେ। ନୈତିକତା ତଥା ନ୍ୟାୟ ଦୃଷ୍ଟିରୁ ସରକାର ଏହାର ତଦନ୍ତ ଭାର ତୃତୀୟ ପକ୍ଷକୁ ହସ୍ତାନ୍ତର କରିବାକୁ ବିଚାର କରିବା କ’ଣ ଠିକ୍ ହୋଇ ନଥା’ନ୍ତା? ସରକାର ଏହି ଘଟଣାର ତଦନ୍ତକୁ ନେଇ ଆଦୌ ଗମ୍ଭୀର ନାହାନ୍ତି। ଯଦି ସରକାର ଗମ୍ଭୀର ଥାଆନ୍ତେ, ତା’ହେଲେ ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବାକୁ ଜଣେ ସିଟିଂ ଜଜ୍‌ଙ୍କୁ ନିଯୁକ୍ତ କରିବାକୁ ଅନୁରୋଧ କରିଥା’ନ୍ତେ। ଯେତେବେଳେ ସରକାର ତଦନ୍ତ ପ୍ରକ୍ରିୟା ତଦାରଖ କରିବା ପାଇଁ ହାଇକୋର୍ଟଙ୍କୁ ଚିଠି ଲେଖିଲେ, ସେଥିରେ ଜଣେ ସିଟିଂ ଜଜ୍‌ଙ୍କୁ ଦାୟିତ୍ୱ ଦେଲେ ମଧ୍ୟ ହେବ ବୋଲି କହିଥିଲେ। ଯଦି ସରକାର ଗମ୍ଭୀର ଥାଆନ୍ତେ କେବଳ ହାଇକୋର୍ଟର ଜଣେ ସିଟିଂ ଜଜ୍‌ଙ୍କୁ ଦାୟିତ୍ୱ ଦେବାକୁ ଲେଖିଥାଆନ୍ତେ।

ସେହିପରି ଏହି ହତ୍ୟାକାଣ୍ଡର ତଦନ୍ତକୁ ଜଣେ ଅବସରପ୍ରାପ୍ତ ବିଚାରପତି ତଦାରଖ କରୁଥିବେଳେ ତାଙ୍କ ନିଯୁକ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, କମିଶନ ଆକ୍ଟ ଅନୁସାରେ ତାଙ୍କୁ ନିଯୁକ୍ତ କରାଯାଇ ନାହିଁ। ତାଙ୍କର ଅଧିକାର ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ।

ଏହା ସହିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ନବ ଦାସ ହତ୍ୟାକାଣ୍ଡର ସତ ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ଓ ଗୃହବିଭାଗର ଦାୟିତ୍ୱରେ ଥାଇ ମୁଖ୍ୟମନ୍ତ୍ରୀ ନିରବତା ଅବଲମ୍ବନ କରିବା, ରାଜ୍ୟର ଆଇନଶୃଙ୍ଖଳା ଅବସ୍ଥା କ’ଣ ତାହା ବୁଝାପଡ଼ୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପୁଲିସ୍ ତା’ ମୂଳ କାମ କରୁ ନଥିବା ସେ ଅଭିଯୋଗ କରିବା ସହିତ ରାଜ୍ୟକୁ ପ୍ରକୃତରେ କିଏ ଶାସନ କରୁଛି, ତାହା ପ୍ରତିଦିନ ଆସୁଥିବା ଭିଡିଓରୁ ସ୍ପଷ୍ଟ ହେଉଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/LXep8J6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages