ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୨ ମୃତ, ୨ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 27, 2023

ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୨ ମୃତ, ୨ ଗୁରୁତର

ଗୁଜରାଟର ଭାଲସାଦ ଜିଲ୍ଲାରେ ଥିବା ଏକ ଫାର୍ମା କମ୍ପାନୀରେ ଗତ ରାତିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଛି। ମୃତାହତଙ୍କ ସମ୍ପର୍କରେ ସଠିକ୍‌ ସୂଚନା ମିଳିପାରିନି। ଏଥିସହ ବିସ୍ଫୋରଣର କାରଣ ବି ସ୍ପଷ୍ଟ ହୋଇ ପାରିନାହିଁ।

ଗୁଜରାଟର ଭାଲସାଦ ଜିଲ୍ଲାର ସରିଗାମରେ ଥିବା ଭାନ୍‌ ପେଟ୍ରୋକେମ ଫାର୍ମା କମ୍ପାନୀରେ ସୋମବାର ରାତିରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ରାତି ପ୍ରାୟ ୧୧ଟା ପରେ ହଠାତ୍‌ କିଛି ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଏହାପରେ କମ୍ପାନୀ ପରିସରରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ଏଥିଯୋଗୁ କମ୍ପାନୀର ୩ ମହଲା ବିଶିଷ୍ଟ ବିଲ୍ଡିଂ, ତଥା ପ୍ଲାଣ୍ଟ ଜଳିବାକୁ ଲାଗିଲା। ଉକ୍ତ ସମୟରେ କମ୍ପାନୀରେ ବହୁ କର୍ମଚାରୀ କାମ କରୁଥିଲେ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ନିଆଁ ଲିଭାଇବା ପାଇଁ ସେମାନେ ପାଣିର ବ୍ୟବହାର କରିପାରି ନ ଥିଲେ। କାରଣ କେଉଁ କେମିକାଲ ପାଇଁ ବିସ୍ଫୋରଣ ହେଲା ଜାଣି ନ ଥିବାରୁ ପାଣିର ବ୍ୟବହାର କରି ନ ଥିଲେ। ଫଳରେ ଉଦ୍ଧାର ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିଲା।

ଏଡାପରେ ଅଗ୍ନିଶମ କର୍ମଚାରୀମାନେ କମ୍ପାନୀ ମଧ୍ୟରୁ ୨ ମୃତଦେହ ଉଦ୍ଧାର କରିଥିବା ବେଳେ ଆଉ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ଯୋଗୁ ପ୍ଲାଣ୍ଟର ଏକ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି। ତେଣୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏହାସତ୍ତ୍ୱେ ଛାନଭିନ ପ୍ରକ୍ରିୟା ଜାରି ଥିବା ବେଳେ କମ୍ପାନୀ ପରିସରରେ ଆଉ କେତେ ଶ୍ରମିକ ଫସି ରହିଛନ୍ତି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିନି।

ପ୍ଲାଣ୍ଟରେ ବିଭିନ୍ନ ପ୍ରକାର କେମିକାଲ ଭର୍ତ୍ତି ଥିବାରୁ ଏହାର ପ୍ରଭାବ ପଡ଼ିବା ଆଶଙ୍କାରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/b6yRlNK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages