୯୧ରେ ପ୍ରେମରେ ପଡ଼ିଲେ ଡିଏଲଏଫର ପୂର୍ବତନ ଅଧ୍ୟକ୍ଷ, ପ୍ରେମିକାଙ୍କ ନାଁ ଖୁଲାସା କଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 27, 2023

୯୧ରେ ପ୍ରେମରେ ପଡ଼ିଲେ ଡିଏଲଏଫର ପୂର୍ବତନ ଅଧ୍ୟକ୍ଷ, ପ୍ରେମିକାଙ୍କ ନାଁ ଖୁଲାସା କଲେ

କୁହାଯାଏ ଯେ ପ୍ରେମ କରିବାର ବୟସ ନ ଥାଏ। ଏହା ଏକ ସୁନ୍ଦର ଅନୁଭବ । ଏହାଦ୍ୱାରା ମଣିଷ ପୁଲକିତ ଅଭୁବବ କରେ । ସବୁ କିଛି ନୂଆ ନୂଆ ଲାଗେ। ଏହା ଯେକୌଣସି ବୟସରେ ବି ହୋଇପାରେ। ଠିକ୍‌ ଏହିପରି ଏକ ସୁନ୍ଦର ଘଟଣା ଘଟିଛି DLF ଗ୍ରୁପର ସେବାନିବୃତ ଚେୟାରମ୍ୟାନ୍ କୁଶାଲ ପାଲ ସିଂହ (କେ.ପି ସିଂ)ଙ୍କ କ୍ଷେତ୍ରରେ। ପରିଣତ ବୟସରେ ପାଦ ଦେଇ ସାରିଥିବା ବିଲେନିୟର କେ.ପି ସିଂ ୯୧ ବର୍ଷ ବୟସରେ ପ୍ରେମରେ ପଡ଼ିଛନ୍ତି।  କେପି ସିଂ ନିଜେ ଏକ ସାକ୍ଷାତକାରରେ ଏହା ଘୋଷଣା କରିଛନ୍ତି ଏବଂ ନିଜ ନୂତନ ସାଥୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।

କେପି ସିଂ କହିଛନ୍ତି,  '  ପତ୍ନୀଙ୍କ ମୃତ୍ୟୁ ପରେ ମୋ’ ଜୀବନରେ ଏକ ଶୂନ୍ୟସ୍ଥାନ ଥିଲା। ବର୍ଷ ବର୍ଷ ଧରି ଜଣଙ୍କ ସହ ରହିବା ପରେ ତାଙ୍କୁ ହରାଇବା ଦୁଃଖ ଭାଷାରେ ପରିପ୍ରକାଶ କରି ହେବ ନାହିଁ । କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଜଣେ ନୂଆ ସାଥୀ ପ୍ରବେଶ କରିଛନ୍ତି । ମୁଁ ତାଙ୍କ ପ୍ରେମରେ ପଡିଯାଇଛି।

ମୋ’ ନୂଆ ସାଥୀଙ୍କ ନାମ ସିନା। ସେ ମୋ ଜୀବନର ଖାସ୍‌ ଲୋକମାନଙ୍କ ମଧ୍ୟରୁ ଜଣେ । ସେ ଶକ୍ତିଶାଳୀ ଏବଂ ତାଙ୍କ ବ୍ୟକ୍ତିତ୍ୱ ମୋତେ ଖୁବ୍‌ ପ୍ରରିତ କରିଥାଏ। ସିନା ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରନ୍ତି । ସେ ମୋତେ ଆଗକୁ ଯିବାକୁ ଉତ୍ସାହିତ କରନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି ବୋଲି କହିଛନ୍ତି ଏହି ବିଲେନିୟର ବିଜନେସମ୍ୟାନ ।  କେପି ସିଂଙ୍କ ପ୍ରଥମ ପତ୍ନୀ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ଏହା ପରଠୁ ନିସଙ୍ଗ ଜୀବନ ବିତାଉଥିବା କେ.ପି ସିଂଙ୍କ ଜୀବନ ଏବେ ରଙ୍ଗୀନ ହୋଇ ଉଠିଛି।

ରିଅଲ ଇଷ୍ଟେଟର ଶୀର୍ଷ ଧନୀ ବିଲେନିୟରଙ୍କ ମଧ୍ୟରେ କେପି ସିଂ ଅନ୍ୟତମ । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ କେପି ସିଂ ୨୯୯ ତମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ସମ୍ପତ୍ତିର ନେଟ୍ ମୂଲ୍ୟ ୭.୬୩ ବିଲିୟନ ଡ଼ଲାର୍ (ପ୍ରାୟ 63,200 କୋଟି ଟଙ୍କା) |

ରିପୋର୍ଟ ଅନୁଯାୟୀ, କେ. ପି ସିଂ ନିଜ ଶ୍ୱଶୁର ରାଘବେନ୍ଦ୍ର ସିଂଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦିଲ୍ଲୀ ଲ୍ୟାଣ୍ଡ ଆଣ୍ଡ ଫାଇନାନ୍ସ (DLF) ନାମକ କମ୍ପାନୀରେ ଯୋଗଦେବା ପାଇଁ ୧୯୬୧ ମସିହାରେ ସେନା ପୋଷ୍ଟିଂ ଛାଡିଥିଲେ। ସେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିବା ପରେ ୨୦୨୦ ଜୁନ୍‌ରେ ଅବସର ନେଇଥିଲେ। ଏବେ ତାଙ୍କ ପୁଅ ରାଜୀବ ସିଂହ କମ୍ପାନୀର ମୁଖ୍ୟ ଅଛନ୍ତି। କୁଶାଲ ପାଲ ସିଂହ ।

ଏକ ସାକ୍ଷାତକାରରେ କେ.ପି ସିଂ କହିଛନ୍ତି, ମୁଁ ଜୀବନରେ କେବେ ହାର ମାନିବି ନାହିଁ ବୋଲି ମୋ’ ପତ୍ନୀ ମୃତ୍ୟୁର ୬ ମାସ ପୂର୍ବରୁ ମୋ’ଠାରୁ ପ୍ରତିଶ୍ରୁତି ନେଇଥିଲେ ।  ପତ୍ନୀଙ୍କ ଏହି କଥା ସବୁବେଳେ ମୋ’ ସହ ରହିଛି। ମୋର ବିବାହିତ ଜୀବନ ଚମତ୍କାର ଥିଲା। ମୋ’ ପତ୍ନୀ ମୋର ସବୁଠୁ ଭଲ ବନ୍ଧୁ ଥିଲେ । ସେ ଚାଲିଯିବା ପରେ ମୁଁ ଖୁବ୍‌ ହତାଶ ହୋଇଥିଲି  କିନ୍ତୁ ବର୍ତ୍ତମାନ ଜୀବନ ବଦଳି ଯାଇଛି। ଏବେ ଏକ ନୂତନ ଓ ସୁନ୍ଦର ଜୀବନ ମୋତେ ଅପେକ୍ଷା କରିଛି । 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/apjBFEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages