ଟ୍ରକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ, ୯ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 1, 2023

ଟ୍ରକ୍‌କୁ ପିଟିଲା ଟ୍ରକ୍‌; ୫ ମୃତ, ୯ ଗୁରୁତର

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

ଦେଢତାଲାଇ ପୁଲିସ୍‌ ଷ୍ଟେଶନ ଆଇଆଇସିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବୁହରାନପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୬୦ କିମି ଦୂର ଦେଢତାଲାଇ-ଶେଖପୁରା ରାସ୍ତାରେ ଗତକାଲି ଘଟିଛି। ତାଙ୍କ ସୂଚନା ଅନୁଯାୟୀ, ରାସ୍ତାର ଉଭୟ ପାର୍ଶ୍ୱରେ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶ୍ରମିକ ବୋଝେଇ ଟ୍ରକ୍‌ର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ମହିଳା ଥିବେ ଜଣାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ୯ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ଆଖୁ ବୋଝେଇ ଟ୍ରକ୍‌ର ଚାଳକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/q7y145E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages