ବିନା ସର୍ଚ୍ଚ ୱାରେଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଲା ଏଫବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 1, 2023

ବିନା ସର୍ଚ୍ଚ ୱାରେଣ୍ଟରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଲା ଏଫବିଆଇ

ମାତ୍ର ୧୦ ଦିନ ବ୍ୟବଧାନରେ ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି ଏଫବିଆଇ। ଗତ ଥର ଏଫବିଆଇ ବାଇଡେନଙ୍କ ବିଲମିଙ୍ଗଟନସ୍ଥିତ  ଘରେ ପଶିଥିବା ବେଳେ ଗତକାଲି ରେହୋବୋଥ ବିଚ୍‌ ହାଉସ୍‌ରେ ଥିବା ଘରେ ପଶି ଘାଣ୍ଟିଛି ଏଫିବିଆଇ । ମାତ୍ର ଏହି ଚଢ଼ାଉ ସମୟରେ କୌଣସି ଦସ୍ତାବିଜ କିମ୍ବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏଫବିଆଇକୁ ମିଳି ନ ଥିବା ଜଣାଯାଇଛି।

ଚଢ଼ାଉ ସମୟରେ ବାଇଡେନ ଘରେ ଉପସ୍ଥିତ ନ ଥିଲେ। କିନ୍ତୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ବାଇଡେନଙ୍କ ଓକିଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ରାଷ୍ଟ୍ରପତିଙ୍କ ଓକିଲଙ୍କ କହିବାନୁଯାୟୀ, ବିନା କୌଣସି ସର୍ଚ୍ଚ ୱାରେଣ୍ଟରେ ଏଫବିଆଇ ଟିମ୍‌ ଗତକାଲି ରାଷ୍ଟ୍ରପତିଙ୍କ ଘରେ ଗୋପନୀୟ ଦସ୍ତାବିଜ ସମ୍ବନ୍ଧିୟ ଯାଞ୍ଚ କରିଥିଲା। ଏହାପୂର୍ବରୁ ଜାନୁଆରୀ ୨୦ରେ ରାଷ୍ଟ୍ରପତିଙ୍କ ବିଲମିଙ୍ଗଟନ ଘରେ ୧୩ ଘଣ୍ଟା ପର୍ଯ୍ୟନ୍ତ ଛାନଭିନ ହୋଇଥିଲା। ପୂର୍ବରୁ ହୋଇଥିବା ତଲାସୀ ସମୟରେ ରାଷ୍ଟ୍ରପତିଙ୍କ ଘରୁ ୬ଟି ଗୁରୁତ୍ୱପୂର୍ଣ୍ଣ ଗୋପନୀୟ ଦସ୍ତାବିଜ ଓ ବାଇଡେନଙ୍କ କିଛି ହାତଲେଖା ମିଳିଥିଲା। ଏହି ଦସ୍ତାବିଜ ବାଇଡେନ ଉପରାଷ୍ଟ୍ରପତି ଥିବା ସମୟର ଦସ୍ତାବିଜ ବୋଲି ଜଣାଯାଇଛି। ବାଇଡେନ ନିଜ ଘର ତଲାସି ପାଇଁ ଏଫବିଆଇକୁ ଅନୁମତି ଦେଇଥିବା ବେଳେ ଏଥିନିମନ୍ତେ କୌଣସି ସର୍ଚ୍ଚ ୱାରେଣ୍ଟ ଜାରି ହୋଇ ନ ଥିବା ଜଣାଯାଇଛି।

 ବୁଧବାର ହୋଇଥିବା ସର୍ଚ୍ଚ ଅପରେସନ ସମ୍ପର୍କରେ ବାଇଡେନଙ୍କ ଓକିଲ କହିଛନ୍ତି, ଏହି ରେଡ ହେବ ବୋଲି ପୂର୍ବରୁ ଆମକୁ ଜଣାଥିଲା। ପୂର୍ବରୁ ୱିଲମିଙ୍ଗଟନସ୍ଥିତ ବାଇଡେନଙ୍କ ଆବାସରୁ କିଛି ଦସ୍ତାବିଜ ମିଳିଥିବା ବେଳେ ରେହୋବୋଥରୁ କିଛି ମିଳି ନ ଥିବା ସେ ସ୍ପଷ୍ଟ କରିଛନ୍ତି।

ଗତ ନଭେମ୍ବର ୨ ତାରିଖରେ ବାଇଡେନଙ୍କ ବ୍ୟକ୍ତିଗତ ଓକିଲ ଟିମ୍‌ କିଛି ଗୋପନୀୟ ଦସ୍ତାବିଜ ପାଇଥିବା ଖବର ପ୍ରଚାର ହୋଇଥିଲା। ଏହାପରେ ଏଫବିଆଇ ପକ୍ଷରୁ ୨୦ ଜାନୁଆରୀରେ ଏଫବିଆଇ ବାଇଡେନଙ୍କ ୱିଲମିଙ୍ଗଟନସ୍ଥିତ ଘର ତଲାସି କରିଥିଲା। ମାତ୍ର ୧୦ ଦିନ ବ୍ୟବଧାନରେ ପୁଣି ଥରେ ଏଫବିଆଇ ଆମେରିକା ରାଷ୍ଟ୍ରପତିଙ୍କ ଘରେ ପଶିଛି। ତେବେ ଏଫବିଆଇ ବାଇଡେନଙ୍କ ଘରେ କେଉଁ ଦସ୍ତାବିଜ ଖୋଜୁଛି ତାକୁ ନେଇ ସସ୍‌ପେନ୍ସ ଲାଗି ରହିଛି।

ସୂଚନା ମୁତାବକ, ଗତ ବର୍ଷ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡାସ୍ଥିତ ରିସର୍ଟରୁ ପ୍ରାୟ ଶହେରୁ ଅଧିକ ଗୋପନୀୟ ଦସ୍ତାବିତ ଜବତ ହେବା ପରେ ବାଇଡେନଙ୍କ ବିଚ୍‌ ହାଉସ ଘର ସମେତ ଭିନ୍ନ ଜାଗାରେ ଥିବା ଘରେ ଏଫବିଆଇ ଚଢ଼ାଉ କରିବା ଆରମ୍ଭ କରିଥିଲା। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mU7aCGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages