ବିଷ ପିଇ ଆଖି ବୁଜିଲେ ଗ୍ରାମ ପଞ୍ଚାୟତ ଅଧିକାରୀ,ଆଉ ୪ମାସ ଥିଲା ଚାକିରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 12, 2023

ବିଷ ପିଇ ଆଖି ବୁଜିଲେ ଗ୍ରାମ ପଞ୍ଚାୟତ ଅଧିକାରୀ,ଆଉ ୪ମାସ ଥିଲା ଚାକିରି

ଚାକିରି ଆଉ ଚାରି ମାସ ଥିଲା। ମାତ୍ର ତା’ ପୂର୍ବରୁ ଅନ୍ୟ ସ୍ଥାନକୁ ବଦଳି ହେବାରୁ ଏହାକୁ ସହ୍ୟ କରିପାରି ନଥିଲେ ଗ୍ରାମ ପଞ୍ଚାୟତ ଅଧିକାରୀ। ଦାୟିତ୍ୱ ହସ୍ତାନ୍ତର ପରେ ବ୍ଲକ୍‌ କାର୍ଯ୍ୟାଳୟରେ ସେ ବିଷ ପିଇଦେଲେ। ଡାକ୍ତରଖାନାରେ ୧୨ ଦିନ ସଂଘର୍ଷ କରିବା ପରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।  ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ। ମୃତ ଅଧିକାରୀ ଜଣକ ହେଲେ ସୋରଡା ଗାଁର ପ୍ରମୋଦ ପଟ୍ଟନାୟକ।

ସୂଚନା ମୁତାବକ, ପ୍ରମୋଦ ପଟ୍ଟନାୟକ ଦୀର୍ଘ ବର୍ଷ ଧରି ଭଞ୍ଜନଗର ବ୍ଲକରେ ଗ୍ରାମ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ କରି ଆସୁଥିଲେ। ଜାନୁଆରୀ ୩୦ ତାରିଖରେ ତାଙ୍କର ପାତ୍ରପୁର ବ୍ଲକକୁ ବଦଳି ନିର୍ଦ୍ଦେଶ ଆସିବା ପରେ ଭଞ୍ଜନଗର ବିଡ଼ିଓ ତାଙ୍କୁ ରିଲିଫ କରିଥିଲେ। ସେ ଫେବୃଆରୀ ୧ତାରିଖରେ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଭଞ୍ଜନଗର ବ୍ଲକକୁ ଆସିଥିଲେ। ଦାୟିତ୍ଵ ହସ୍ତାନ୍ତର କରିବା ପରେ ବ୍ଲକ୍ କାର୍ଯ୍ୟାଳୟ ଭିତରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରମୋଦ ବିଷ ଦେଇଥିଲେ।

ବ୍ଲକ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରମୋଦଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରମୋଦଙ୍କ ଆଉ ଚାରିମାସ ପରେ ଚାକିରିରୁ ଅବସର ନେଇଥାନ୍ତେ। ହଠାତ୍ ତାଙ୍କର ବଦଳି କରାଯାଇଥିବାରୁ ସେ ସହ୍ୟ କରି ପାରିନଥିଲେ। ଭାରସାମ୍ୟ ହରାଇ ବିଷ ପିଇ ଦେଇଥିବା ଅନୁମାନ କରାଯାଉଛି। ଭଞ୍ଜନଗର ପୁଲିସ ଘଟଣାର ତଦନ୍ତ କରୁଛି। ପ୍ରମୋଦ କ’ଣ ପାଇଁ ବିଷ ପଇଦେଲେ  ତାର ସଠିକ୍ କାରଣ ଜଣାପଡ଼ି ନାହିଁ।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TGjsDlo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages