ଦୁଲହନ ବେଶରେ ସଜେଇ ହୋଇଛନ୍ତି ଯୁବତୀ। ହେଭି ଶାଢି, ଜୁଏଲାରୀ ସାଙ୍ଗକୁ ମଥାରେ ଗଜରା ବି ଅଛି। ହାତରେ ମେହେନ୍ଦୀକୁ ମୁଣ୍ଡରେ ଲାଲ ବିନ୍ଦି। ଏପରି ଗେଟ୍ଅପ୍ରେ ଜଣେ ବିବାହ ମଣ୍ଡପକୁ ଯିବ ବୋଲି ସମସ୍ତେ ଭାବିବା ସାଧାରଣ କଥା। ମାତ୍ର ଏପରି ବେଶରେ ଥିବା ଯୁବତୀଜଣକ କାର୍ରୁ ଓହ୍ଲାଇ ସିଧା ପରୀକ୍ଷା ହଲ୍ରେ ପଶିଲେ। ଏପରି ଏକ ଭିଡିଓ ଏକ ସୋଶାଲ ମିଡିଆରେ ଖୁବ୍ ଶେଆର ହେବାରେ ଲାଗିଛି।
ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ଯୁବତୀ କନିଆ ବେଶରେ ସଜ ହୋଇ କାର୍ ଭିତରେ ବସିଛନ୍ତି । ସେ ବିବାହ ମଣ୍ଡପକୁ ଯାଉଥିବା ସମସ୍ତେ ଭାବୁଥିବା ବେଳେ ଯୁବତୀଜଣକ କିନ୍ତୁ କାର୍ରୁ ଓହ୍ଲାଇ ଏକ ପରୀକ୍ଷା ହଲ୍ରେ ପ୍ରବେଶ କରିଥିଲେ।
ଭିଡିଓରୁ ଜଣାପଡିଛି, ଯୁବତୀଜଣକ ଏକ ମେଡିକାଲ କଲେଜରେ ଶିକ୍ଷାଦାନ କରନ୍ତି। ତାଙ୍କ ବିବାହ ଦିନ ହିଁ ଛାତ୍ରମାନଙ୍କ ପ୍ରାକ୍ଟିକାଲ ପରୀକ୍ଷା ଥିଲା। ଏପରି ସମୟରେ ପିଲାଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ ଯୁବତୀଜଣକ ବିବାହ ପୂର୍ବରୁ ପରୀକ୍ଷା ହଲ୍ରେ ପହଞ୍ଚି ଯାଇ ବିବାହ ଶାଢି ଉପରେ ନିଜ ଆପ୍ରନ ପିନ୍ଧି ଦେଇଥିଲେ।
ନିଜ ଅଧ୍ୟାପିକାଙ୍କୁ ପାଇ ପିଲାମାନେ ବେଶ୍ ଉତ୍ସାହିତ ଥିବା ବେଳେ ପରୀକ୍ଷା ସୁରୁଖୁରରେ ଶେଷ ହୋଇଥିଲା। ଏହାପରେ କନିଆ ବେଶରେ ସଜ ହୋଇଥିବା ଯୁବତୀ ବିବାହ ମଣ୍ଡପକୁ ଯାଇଥିଲେ।
ଏହି ଭିଡିଓକୁ ୨.୫ ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ଲକ୍ଷେ ୬୦ ହଜାରରୁ ଅଧିକ ଲାଇକ୍ ମିଳି ସାରିଲାଣି। ଭିଡିଓ ଦେଖିବା ପରେ ୟୁଜର୍ସମାନେ ଯୁବତୀଙ୍କ ପ୍ରଶଂସା କରିବାକୁ ପଛାଉ ନାହାନ୍ତି। ପରୀକ୍ଷା ଅତି ଜରୁରୀ ଥିଲେ ବିବାହ ତାରିଖ ଘୁଞ୍ଚା ଯାଇ ପାରିଥାନ୍ତା ବୋଲି ମଧ୍ୟ କିଛି ୟୁଜର୍ସ ମତ ଦେଇଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/nKdWTBF
No comments:
Post a Comment