ପ୍ରେମିକାକୁ ମେସେଜ କରିବାରୁ ସାଙ୍ଗର ମୁଣ୍ଡ କାଟି ହାର୍ଟ କାଢ଼ିନେଲା ସାଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 26, 2023

ପ୍ରେମିକାକୁ ମେସେଜ କରିବାରୁ ସାଙ୍ଗର ମୁଣ୍ଡ କାଟି ହାର୍ଟ କାଢ଼ିନେଲା ସାଙ୍ଗ

ନୃଶଂସତାର ସବୁ ସୀମା ଟପିଗଲା ମଣିଷ। ସାଙ୍ଗ ସାଜିଲା ବଇରୀ। ପ୍ରେମିକାକୁ ମେସେଜ ଓ ଫୋନ୍ କରିବାରୁୁ ଘଟାଇଲା ଜଘନ୍ୟକାଣ୍ଡ। ସାଙ୍ଗର ମୁଣ୍ଡ କାଟିଦେଲା, ହାର୍ଟ ମଧ୍ୟ କାଢ଼ିନେଲା। ସଭ୍ୟ ସମାଜରେ ହିଂସ୍ର ପାଲଟିଥିବା ମଣିଷର ଏଭଳି ନାରକୀୟ କାଣ୍ଡ. ଯିଏ ଶୁଣୁଛି ସିଏ ତାଜୁବ ହୋଇଯାଉଛି। 

ଇଏ ଏମିତି ଏକ ହତ୍ୟାକାଣ୍ଡ ଯାହା ଶୁଣିଲେ ଲୋମଟାଙ୍କୁରି ଉଠିବ। ଛାତି ଥରି ଉଠିବ ହତ୍ୟାକାଣ୍ଡ ପଛର କାହାଣୀ ଶୁଣିଲ । ଘଟଣା ହାଇଦ୍ରାବାଦର। ନବୀନ ଓ ହରିହର କୃଷ୍ଣ ଏକାଠି ଦିଲ୍‌ସୁଖନଗର କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିଲେ। ପ୍ରେମିକା କୁହାଯାଉଥିବା ଝିଅଟି ବି ସେହି କଲେଜର ଛାତ୍ରୀ ଥିଲେ।

ଦୁହେଁ ସେ ଝିଅ ପ୍ରେମରେ ପଡ଼ିଥିଲେ। ପ୍ରଥମେ ନବୀନ ପ୍ରେମ ନିବେଦନ କରିଥିଲେ ଓ ସେ ଝିଅ ବି ତାହା ଗ୍ରହଣ କରିଥିଲା। କିନ୍ତୁ, ଦୁଇ ବର୍ଷ ପରେ କୌଣସି କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ, ହରିହର କୃଷ୍ଣ ପ୍ରେମ ନିବେଦନ କରିବାରୁ ଝିଅ ତାକୁ ଗ୍ରହଣ କଲା ଓ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହେଲା।

କିନ୍ତୁ, ବ୍ରେକ୍‌ଅପ୍ ସତ୍ତ୍ୱେ ନବୀନ ସେ ଝିଅ ସହିତ ଯୋଗାଯୋଗ ରଖିଥିଲା। ସବୁବେଳେ ମେସେଜ୍ ପଠାଇବା ସହିତ କଲ୍ ମଧ୍ୟ କରୁଥିଲା। ଏଥିପାଇଁ କୃଷ୍ଣ ଖୁବ୍ ରାଗିଯାଇଥିଲା ଓ ଚିନ୍ତିତ ହୋଇପଡିଥିଲା। ନବୀନଙ୍କୁ ରାସ୍ତାରୁ ହଟାଇବା ପାଇଁ କୃଷ୍ଣଙ୍କୁ ୩ ମାସ ଧରି ଯୋଜନା କରିଥିଲା।  

ଫେବ୍ରୁଆରି ୧୭ ତାରିଖ। ଏହି ଦିନ ନବୀନ ଓ ହରିହର କୃଷ୍ଣ ଦୁହେଁ ଅତ୍ୟଧିକ ମଦ ପିଇଥିଲେ। ଏହାପରେ ଉଭୟଙ୍କ ମଧ୍ୟ କଥାକଟାଟି ପରେ ଝଗଡା ହୋଇଥିଲା।  ପରେ କୃଷ୍ଣ ଯୋଜନା ମୁତାବକ ନବୀନଙ୍କ ତଣ୍ଟି ଚିପି ମାରିଥିଲା। ଏତିକିରେ କୃଷ୍ଣଙ୍କ ରାଗ ସୁଜି ନଥିଲା। ମୃତ ନବୀର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଦେଇଥିଲା। ଏଥିସହ ତାହା ଦେହରୁ ହାର୍ଟ କାଢ଼ି ନେଇଥିଲା କୃଷ୍ଣ। କେବଳ ସେତିକି ନୁହେଁ ତା’ର ଗୁପ୍ତାଙ୍ଗ କାଟିବା ସହ ଆଙ୍ଗୁଠି ସବୁ କାଟି ଦେଇଥିଲା। ଏହାପରେ ନବୀନର ହାର୍ଟ ଧରି ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କରିଥିଲା କୃଷ୍ଣ।  ଘଟଣାର ଫଟୋ ଉଠାଇ ଅଭିଯୁକ୍ତ ହ୍ୱାଟସ୍‌ଆପ୍ ଯୋଗେ ପ୍ରେମିକା ନିକଟକୁ ମଧ୍ୟ ପଠାଇଛି।

ପୁଲିସ ୨୨ ବର୍ଷୀୟ ଅଭିଯୁକ୍ତର ବୟାନକୁ ଆଧାର କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ନବୀନର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। 

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/koPKHGN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages