ଘରକୁ ବାଇକ୍‌ରେ ଫେରୁଥିଲେ, ଚଢ଼ିଗଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 7, 2023

ଘରକୁ ବାଇକ୍‌ରେ ଫେରୁଥିଲେ, ଚଢ଼ିଗଲା ଟ୍ରକ୍

ବାଇକ୍‌ରେ ଯାଉଥିବା ବେଳେ ୨ଜଣଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଦୁର୍ଘଟଣା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ସାନଗଡ଼ ଛକରେ ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କଙ୍କିଆ ଗାଁର ରଙ୍ଗନାଥ ବାଲିଆରସିଂହ। ରାମଚନ୍ଦ୍ର ରଥଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ରାମଚନ୍ଦ୍ର ଓ ରଙ୍ଗନାଥ ଏକ ବାଇକ୍‌ରେ ରଣପୁରରୁ ନିଜ ଘର କଙ୍କିଆ ଫେରୁଥିଲେ। ଏହି ସମୟରେ ସାନଗଡ଼ ଛକରେ ବୀପରିତ ଦିଗ ଆଡୁ ଆସୁଥିବା ଥିବା ଟ୍ରକ୍  ବାଇକ୍‌କୁ ଧକ୍କା ଦେଇଥିଲା। ଉଭୟେ ଛିଟିକି ତଳେ ପଡ଼ିଯାଇଥିଲେ। ରଙ୍ଗନାଥଙ୍କ ମୁଣ୍ଡ ଉପରେ ଟ୍ରକ୍‌ଟି ଚଢ଼ିଯାଇଥିଲା।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲା ପୁଲିସ ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/T4qwMCY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages