ଭୂକମ୍ପରେ ପୁଣି ଦୋହଲିଲା ତୁର୍କୀ,୨୪ ଘଣ୍ଟାରେ ୪ ଥର ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 6, 2023

ଭୂକମ୍ପରେ ପୁଣି ଦୋହଲିଲା ତୁର୍କୀ,୨୪ ଘଣ୍ଟାରେ ୪ ଥର ଝଟ୍‌କା

ତୁହା କୁ ତୁହା ଆସୁଛି ଭୂମିକମ୍ପ। ଦୋହଲିବାରେ ଲାଗିଛି ତୁର୍କୀ। ଗତ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହେଲାଣି। ମଙ୍ଗଳବାର ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଛି। ତେବେ ଏଥିରେ ବିଲ୍ଡିଂ ଓ ଅନ୍ୟ କୋଠା ଘର ଗୁଡିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ରୟଟର୍ସ ସୂଚନା ଦେଇଛି।

ସୋମବାର ତୁର୍କୀ ଓ ସିରିୟାରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ ପ୍ରଳୟ ରଚିଛି। ପ୍ରଥମେ ଭୋର ୪ଟାରେ ୭.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ୭.୫ ଓ ପରେ ୬ ତୀବ୍ରତାର ଭୂମିକମ୍ପରେ ଦୋହଲିଥିଲା ତୁର୍କୀ। ଫଳରେ ତୁର୍କୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୦୦ ଲୋକ ପ୍ରାଣ ହରାଇ ସାରିଲେଣି। ତୁର୍କୀ ଓ ସିରିୟାରେ ବର୍ତ୍ତମାନ ସୁଦ୍ଧା ୪୩୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି। ସେହିପରି ସହସ୍ର ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ବାରମ୍ବାର ଆସୁଥିବା ଭୂମିକମ୍ପ ଯୋଗୁ ଏହା ପ୍ରଭାବିତ ହେବାରେ ଲାଗିଛି। ସେପଟେ ତୁହା କୁ ତୁହା ଆସୁଥିବା ଭୂମିକମ୍ପ ଯୋଗୁ ମୃତ୍ୟୁ ସଂଖ୍ୟା ୮ ଗୁଣା ବଢ଼ିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।

ଭୂକମ୍ପ ଯୋଗୁ ତୁର୍କୀ ଓ ସିରିୟାରେ ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଖୋଲା ଆକାଶ ତଳେ ସେମାନଙ୍କ ରାତି କଟୁଛି। ଗୋଟିଏ ପଟେ ଭୂମିକମ୍ପ ଆଉ ଗୋଟିଏ ପଟେ ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ କଷ୍ଟ ଅସହ୍ୟ ହୋଇପଡିଛି। ବାସହରା ହୋଇଥିବା ଲୋକମାନେ ସପିଂ ମଲ୍‌, ଷ୍ଟାଡିୟମ, ମସ୍‌ଜିନ ଓ ସାମୁଦାୟିକ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି।

ଏଭଳି ଏକ ବିପର୍ଯ୍ୟୟ ସମୟରେ ତୁର୍କୀକୁ ସହାୟତାର ହାତ ବଢ଼ାଇଛି ଭାରତ। ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଭୂମିକମ୍ପ ଦ୍ୱାରା କ୍ଷତିଗ୍ରସ୍ତ ତୁର୍କୀକୁ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯିବା ପରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ଏୟାରକ୍ରାଫ୍ଟ ତୁର୍କୀ ଅଭିମୁଖେ ପଠାଯାଇଛି। ଏହି ବିମାନରେ ଏନଡିଆରଏଫ୍ ଟିମ୍‌, ଡଗ୍‌ ସ୍କ୍ୱାର୍ଡ, ମେଡିସିନ, ରିଲିଫ ସାମଗ୍ରୀ ଡ୍ରିଲ୍‌ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ପଠାଯାଇଛି। ଏହାବାଦ ଜର୍ମାନୀ, ଇସ୍ରାଏଲ, ଆମେରିକା, ବ୍ରିଟେନ ପ୍ରମୁଖ ରାଷ୍ଟ୍ର ତୁର୍କୀକୁ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/TEJtR1z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages