୧୧ ଛୁଆ ପରେ ବନ୍ଧ୍ୟାକରଣ କଲେ ମହିଳା, ସ୍ୱାମୀ କହିଲେ- ଛୁଆଁ ହୋଇଗଲା, ମାରିବି ଧନୁତୀର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 18, 2023

୧୧ ଛୁଆ ପରେ ବନ୍ଧ୍ୟାକରଣ କଲେ ମହିଳା, ସ୍ୱାମୀ କହିଲେ- ଛୁଆଁ ହୋଇଗଲା, ମାରିବି ଧନୁତୀର

ଗୋଟିଏ ପରେ ଗୋଟିଏ ହୋଇ କୋଳକୁ ସମୁଦାୟ ୧୧ଟି ଛୁଆ ଆସି ସାରିଲେଣି। ଇତି ମଧ୍ୟରେ କିଛି ଛୁଆ କାମଦାମ କରିବା ଆରମ୍ଭ କରିଥିବା ବେଳେ ସାନଟିକୁ କୋଲରେ ଧରୁଛି ମା’ । ସବୁ ବର୍ଷ ପ୍ରସବ ଯନ୍ତ୍ରଣା ଭୋଗି ରୋଗିଣା ହୋଇ ସାରିଥିବା ମହିଳାଜଣକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବା ପରେ ସ୍ୱାମୀ କିନ୍ତୁ ତାଙ୍କ ଉପରେ ଖୁବ୍‌ ଖପ୍ପା। ରାଗ ତମତମ ସ୍ୱାମୀ ସ୍ତ୍ରୀକୁ ଆଉ ଘରେ ପଶାଉ ନ ଥିବା ବେଳେ ବନ୍ଧ୍ୟାକରଣ ଯୋଗୁ ପୂର୍ବପୁରୁଷ ଆଉ ପାଣି ପାଇବେ ନାହିଁ ବୋଲି ଅକାଟ୍ୟ ଯୁକ୍ତି ବାଢ଼ୁଛନ୍ତି। ଛୁଆ ପିଲାଙ୍କ ସହ ମହିଳାଜଣକ ୩ ଦିନ ହେଲାଣି ଗାଁ ଦାଣ୍ଡରେ ପଡ଼ି ରହିଥିବା ବେଳେ ଘରେ ପଶିଲେ ଧନୁତୀର ମାରିବାକୁ ଧମକ ଦେଉଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ତେଲକୋଇରେ ଘଟିଛି।

ତେଲକୋଇ ବ୍ଲକ ସଲେଇକେନା ପଞ୍ଚାୟତ ଡ଼ିମିରିଆ ଗ୍ରାମର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀଙ୍କର ଇତି ମଧ୍ୟରେ ୧୧ଟି ସନ୍ତାନ ହୋଇ ସାରିଲେଣି। ସେଥିମଧ୍ୟରୁ ଗୋଟିଏ ଛୁଆ ଜନ୍ମ ହେଉ ହେଉ ଆଖି ବୁଜିଥିବା ବେଳେ ଏବେ ତାଙ୍କ ପାଖରେ ୧୦ଟି ଛୁଆ ଅଛନ୍ତି। ଏତେ ଛୁଆଙ୍କ ମୁହଁରେ ଦାନା ଦେବା କାଠିକର ପାଠ ହେଉଥିବା ବେଳେ ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛନ୍ତି ଜାନକୀ। ରକ୍ତହୀନତାର ଶିକାର ହୋଇଥିବା ଜାନକୀ ସ୍ୱାମୀଙ୍କ ଅଗୋଚରରେ ଗତ ୧୪ ତାରିଖରେ ତେଲକୋଇରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ଦେଇଥିଲେ।

ତେବେ ସେ ଘରକୁ ଫେରିବା ପରେ ସ୍ୱାମୀ ଏହା ଜାଣି ପାରି ତାଙ୍କୁ ଘରୁ ତଡ଼ି ଦେଇଛନ୍ତି। ଅସ୍ତ୍ରୋପଚାର କରି ତୁ ଛୁଆଁ ହୋଇଗଲୁ, ତୋ ହାତରୁ ମୋ’ ପୂର୍ବ ପୁରୁଷ ପାଣି ପାଇବେନି। ତେଣୁ ତୁ ଘରେ ରହିବା ଆବଶ୍ୟକତା ନାହିଁ ବୋଲି କହି ଜାନକୀଙ୍କୁ ଘରୁ ତଡ଼ି ଦେଇଛନ୍ତି ରବି ଦେହୁରୀ।

୩ ଦିନ ହେଲା ଜାନକୀ ଛୁଆଙ୍କୁ ଧରି ଘର ଆଗରେ ଥିବା ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଛି। ସାହି ଭାଇ ବୁଝାଇଲେ ବି ସ୍ଵାମୀ ରବି ବୁଝିବାକୁ ନାରାଜ । ମୁଁ ତା’ର ମୁରବୀ ହୋଇଥିବା ବେଳେ ମୋତେ ନ ପଚାରି କିପରି ଏପରି କାମ କରିବାକୁ ସାହସ କଲେ। ଏହା ମୋ’ ଆତ୍ମା ବାଧା ଦେଉଛି। ତେଣୁ ତାକୁ କାହିଁକି ଆଉ ଘରେ ପଶାଇବି ବୋଲି କହିଛନ୍ତି ରବି।

ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପଡୁଥିଲେ । ବହୁ ବୁଝାଶୁଝା ପରେ ସେ ଅସ୍ତ୍ରୋପଚାର କରିଛନ୍ତି। ହେଲେ ଏବେ ତାଙ୍କ ସ୍ଵାମୀ ବୁଝୁ ନାହାନ୍ତି, ବୁଝାଇବାକୁ ଗଲେ ଧନୁତୀରରେ ମାରି ଗୋଡାଉଛନ୍ତି । ତଥାପି ଜାନକୀ ଓ ତାଙ୍କ ଛୁଆମାନଙ୍କ ଖାଇବା କଥା କିଛି ଆମେ ବୁଝୁଛୁ ବୋଲି ଆଶାକର୍ମୀ କହିଛନ୍ତି ।

ଏପରି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ପରିବାରକୁ ବୁଝାଇବାରେ ଓ ସେମାନଙ୍କ ଖାଇବା ରହିବାର ବ୍ୟବସ୍ଥା କରାଯାଉଛି ବୋଲି ତେଲକୋଇ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ତେଲକୋଇ ବିଡିଓଙ୍କୁ ଅବଗତ କରଯାଇଥିବା ବେଳେ ଖୁବ୍‌ ଶୀଘ୍ର ସମସ୍ୟା ସମାଧାନ କରିବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/g47Oefh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages