ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଆସିଲା ଡ଼ାକରା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 18, 2023

ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇରୁ ଆସିଲା ଡ଼ାକରା 

ଥମୁନି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ। ପୁଣି ତାଙ୍କୁ ସିବିଆଇରୁ ଆସିଲା ଡକରା। ଆସନ୍ତାକାଲି ପଚରାଉଚରା କରିବା ପାଇଁ ସିବିଆଇ ପୁଣି ଥରେ ତାଙ୍କୁ ସମନ ପଠାଇଛି। ଏନେଇ ଖୋଦ୍ ମନୀଷ ସିସୋଦିଆ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। 

ସିସୋଦିଆ ଟ୍ୱିଟ୍ କରି କହିଛନ୍ତି, ଆସନ୍ତାକାଲି ସିବିଆଇ ପୁଣି ଥରେ ଡକାଇଛି। ସେମାନେ ସିବିଆଇ ଏବଂ ଇଡିର ପୂର୍ଣ୍ଣ ଶକ୍ତି ବ୍ୟବହାର କରିଛନ୍ତି କିନ୍ତୁ ମୋ ବିରୁଦ୍ଧରେ କିଛି ମିଳି ନାହିଁ। ମୋ ଘରେ ଚଢ଼ାଉ କରାଯାଇଥିଲା, ବ୍ୟାଙ୍କ ଲକର ଖୋଜା ଯାଇଥିଲା କିନ୍ତୁ ମୋ ବିରୁଦ୍ଧରେ କୌଣସି ଜିନିଷ ମିଳି ନଥିଲା। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷା ବ୍ୟବସ୍ଥା କରିଛି ଏବଂ ଏହି ଲୋକମାନେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ମୁଁ ସବୁବେଳେ ଅନୁସନ୍ଧାନରେ ସହଯୋଗ କରିଆସୁଛି ଏବଂ ଆଗକୁ ମଧ୍ୟ ଜାରି ରଖିବି।

ନୂତନ ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ କିଛି ମାସ ପୂର୍ବରୁ ସିବିଆଇ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଉପସ୍ଥାପନ କରିଥିଲା। ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରେ ଉପସ୍ଥାପିତ ଚାର୍ଜସିଟ୍‌ରେ କିନ୍ତୁ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ନାଁ ନଥିଲା। ଯଦିଓ ଅନୁସନ୍ଧାନକାରୀ ସଂସ୍ଥା କହିଥିଲା ଯେ ଏହାର ତଦନ୍ତ ଜାରି ରହିଛି ଏବଂ ଏହି ଅପରାଧରେ ଅନ୍ୟ ଅଭିଯୁକ୍ତଙ୍କ ଭୂମିକା ସ୍ଥିର କରାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଥିଲେ ଯେ, ସିବିଆଇ ମନୀଷ ସିସୋଦିଆଙ୍କୁ କ୍ଲିନ୍‌ଚିଟ୍ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ମନୀଷ ସିସୋଦିଆଙ୍କ ନାମ ତଥାକଥିତ ମଦ ସ୍କାମର ଚାର୍ଜସିଟରେ ନାହିଁ, ତେଣୁ ସିବିଆଇ ମନୀଷ ସିସୋଦିଆଙ୍କୁ କ୍ଲିନ୍‌ଚିଟ୍ ପ୍ରଦାନ କରିଛି।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/t0sRqYE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages