ନର୍ସିଂ ଛାତ୍ରୀଙ୍କୁ ଯୌନ ନିଯ୍ୟାତନା ଦେବା କଲେଜର ମ୍ୟାନେଜିଂ ଡାଇରେକ୍ଟର(ଏମଡି)ଙ୍କୁ ପଡ଼ିଲା ମହଙ୍ଗା। ନର୍ସିଂ କଲେଜର ମ୍ୟାନେଜିଂ ଡାଇରେକ୍ଟର ପ୍ରସାଦ ଛାଟୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ।
ସୂଚନା ମୁତାବକ, ଉମରକୋଟ ଥାନା ଧୋଡ୍ରା ସ୍ଥିତ ବି.ବି. ଛାଟୋଇ ନର୍ସିଂ କଲେଜର ଏମଡି ପ୍ରସାଦ ଛାଟୋଇ ଜଣେ ନର୍ସିଂ ଛାତ୍ରୀଙ୍କୁ ନିଯ୍ୟାତନା ଦେଉଥିଲେ। ଛାତ୍ରୀଙ୍କ ଜଣଙ୍କ ନିଯ୍ୟାତନ ସହି ନପାରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ପ୍ରସାଦ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିବାକୁ ଚେଷ୍ଟା କରିଥିଲେ। ପୁଲିସ ତାଙ୍କୁ କାବୁ କରିଥିଲା। ପୁଲିସ ପ୍ରସାଦଙ୍କୁ କୋର୍ଟ ଚାଲାଣ କରିବା ପାଇଁ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା।
ପ୍ରସାଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଅତ୍ୟଧିକ ରକ୍ତ ଚାପ ଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ହେବା ପରେ ଗତକାଲି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତକାଲି ପ୍ରସାଦଙ୍କ ନାଁରେ ଆଉ ଏକ ଅଭିଯୋଗ ହୋଇଛି। ପ୍ରସାଦ ମହିଳା ପୁଲିସ ଅଧିକାରୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିବାକୁ ଉଦ୍ୟମ କରିଥିବ ଥାନାରେ ଲିଖିତ ଅଭିଯୋଗ ହୋଇଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wvk90il
No comments:
Post a Comment