କେନ୍ଦୁଝରରେ ବି ସମ୍ବଲପୁର ସ୍ଥିତି; ପୁଲିସ୍‌ ‍ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ସାଂଘାତିକ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 15, 2023

କେନ୍ଦୁଝରରେ ବି ସମ୍ବଲପୁର ସ୍ଥିତି; ପୁଲିସ୍‌ ‍ବିରୋଧରେ ବିଜେପି ମହିଳା ମୋର୍ଚ୍ଚାର ସାଂଘାତିକ ଅଭିଯୋଗ

ସମ୍ବଲପୁର ପରିସ୍ଥିତିର ପୁନରାବୃତ୍ତି ଏବେ କେନ୍ଦୁଝରରେ ହୋଇଛି। ସମ୍ବଲପୁରରେ ଆନ୍ଦୋଳନ ବେଳେ ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର ଓ ଜଣେ ମହିଳା ପୁଲିସ୍‌ ଆଇଆଇସି ମୁହାଁମୁହିଁ ହୋଇଥିଲେ। ଏହାକୁ ନେଇ ରାଜନୀତି ଜୋର ଧରିଛି। ଏବେ ଏପରି ଘଟଣାର ପୁନରାବୃତ୍ତି କେନ୍ଦୁଝରରେ ବି ହୋଇଛି। କେନ୍ଦୁଝର ଟାଉନ ଥାନା ଆଇଆଇସିଙ୍କ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ।

 ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ଆଣି ଗତକାଲି କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ଜିଲା ବିଜେପି ମହିଳା ମୋର୍ଚ୍ଚା । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁତୟନ ଥିବା ଟାଉନ ଥାନା ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ। ଏହାକୁ ନେଇ ଉଭୟ ପକ୍ଷ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।  

ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ, ଆଜି ସକାଳେ ଆନ୍ଦୋଳନ ଚାଲିଥିବା ବେଳେ ଟାଉନ ଥାନା ଅଧିକାରୀ ସୁନୀଲ କର ମହିଳା କର୍ମୀଙ୍କ ଭିତରେ ପଶି  ଅସଦାଚରଣ କରିଥିଲେ। ଆନ୍ଦୋଳନରେ ମହିଳା ଥିବା ଜାଣି ବି ପୁଲିସ୍‌ ମହିଳା ଫୋର୍ସ ଆଣି ନ ଥିଲା। ମହିଳା କର୍ମୀଙ୍କ କାନ୍ଧରେ ହାତ ରଖିବା ସହ ସେମାନଙ୍କ ଶରୀରର ଅନ୍ୟ ସ୍ଥାନରେ ପୁଲିସ୍‌ ଅଧିକାରୀ ହାତ ମାରିଥିବା ନେଇ ଅଭିଯୋଗ ହୋଇଛି ।

ମହିଳା ମୋର୍ଚ୍ଚା କର୍ମୀଙ୍କ ଅଭିଯୋଗର କିଛି ସମୟ ପରେ ପୁଲିସ୍‌ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ବିଜେପି କର୍ମୀଙ୍କ ଆକ୍ରମଣରେ କିଛି ପୁଲିସ୍‌ କର୍ମଚାରୀ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଛି ।

ଉଭୟଙ୍କ ପକ୍ଷଙ୍କ ଅଭିଯୋଗର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦୁଝର ଏସ୍‌ପି ସୂଚନା ଦେଇଛନ୍ତି।

ଅପରପକ୍ଷେ, ସମ୍ବଲପୁରରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଧନୁପାଲି ମହିଳା ଥାନା ଅଧିକାରୀଙ୍କ ମଧ୍ୟରେ  ଠେଲାପେଲା ଘଟଣାକୁ ନେଇ ତେଜିବାରେ ଲାଗିଛି ବିବାଦ।  ଆଜି ଏହି ପ୍ରସଙ୍ଗରେ ବିଜୁ ଜନତା ଦଳର ମହିଳା ଶାଖା ପକ୍ଷରୁ ଲୋୟର ପିଏମଜିରେ ଧାରଣା ଦିଆଯାଇଛି । ଘଟଣାରେ ଜୟନାରାୟଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ମହିଳା ଶାଖା ।

ସେପଟେ ଏହି ଘଟଣାରେ ଗତକାଲି ଉଭୟ ମହିଳା ଥାନା ଅଧିକାରୀ ଓ ବିଜେପି ପକ୍ଷରୁ ଏତଲା ଦିଆଯାଇଥିଲା । ଏହାପରେ ଉତ୍ତରାଞ୍ଚଳ ପୁଲିସ ଆଇଜି  ଓ ସମ୍ବଲପୁର ଏସପି ଟାଉନ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଜେପିର ବିକ୍ଷୋଭ ବେଳେ ଥାନାଧିକାରୀଙ୍କ ସହ ବିରୋଧୀ ଦଳ ନେତାଙ୍କ ଠେଲାପେଲା ହୋଇଥିଲା ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/t6Dawo2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages