ପୁଣି ଝୁଣ୍ଟିଲେ ବାଇଡେନ୍‌, ଅଳ୍ପକେ ବର୍ତ୍ତିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 22, 2023

ପୁଣି ଝୁଣ୍ଟିଲେ ବାଇଡେନ୍‌, ଅଳ୍ପକେ ବର୍ତ୍ତିଲେ

ପୁଣି ଝୁଣ୍ଟିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ପୋଲାଣ୍ଡ୍‌ର ୱାର୍‌ସରେ ‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ସେ ଝୁଣ୍ଟି ପଡ଼ିଛନ୍ତି। ବାଇଡେନ୍‌ଙ୍କ ଏହି ଝୁଣ୍ଟିବା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

‘ଏୟାର୍‌‌ ଫୋର୍ସ ୱାନ୍‌’ ବିମାନର ପାହାଚ ଚଢ଼ିବା ବେଳେ ଆମେରିକା ରାଷ୍ଟ୍ରପତି ଝୁଣ୍ଟି ପଡୁଛନ୍ତି। ଏହାପରେ ଆଉ ଗୋଟିଏ ପାହାଚର ଆଶ୍ରା ନେଇ ସମ୍ଭାଳି ଉପରକୁ ଉଠୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିମାନ ଉପରକୁ ଯାଇ ସେ ହାତ ହଲାଇ ସମସ୍ତଙ୍କୁ ଅଭିବାଦନ ଜଣାଇବା ପରେ ବିମାନ ଭିତରକୁ ପଶିଯାଉଛନ୍ତି। ୟୁକ୍ରେନ୍ ଓ ପୋଲାଣ୍ଡ ଗସ୍ତ ସାରି କରି ୱାସିଂଟନ୍ ଡିସିକୁ ଫେରିବା ବେଳେ ଏହି ଘଟଣା ଘଟିଛି। ଉପରୋକ୍ତ ଘଟଣାଟି ଘଟିଥିଲା। 

ତେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏଭଳି ଝୁଣ୍ଟିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ମଧ୍ୟ ସେ ପାହାଚ ଚଢ଼ିବା ଓ ଓହ୍ଲାଇବା ବେଳେ ଅନେକ ଥର ଝୁଣ୍ଟିଛନ୍ତି। ଏପରି କି ତଳେ ପଡି ମଧ୍ୟ ଯାଇଛନ୍ତି।

ପ୍ରାୟ ଦୁଇ ବର୍ଷ ତଳେ ‘ଜଏଣ୍ଟ୍ ବେସ୍ ଆଣ୍ଡ୍ରିଉଜ୍‌’ରେ ଜୋ ବାଇଡେନ୍ ଏମିତି ପଡ଼ିଯାଇଥିଲେ। ଏ ସଂକ୍ରାନ୍ତରେ ହ୍ୱାଇଟ୍ ହାଉସ୍ ପବନକୁ ଦାୟୀ କରିଥିଲା। ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି ବୋଲି କହିଥିଲା।

ଚଳିତ ସପ୍ତାହରେ ଜୋ ବାଇଡେନ୍ ରୁଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଅଚାନକ କିଭ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ରୁଷ ଆକ୍ରମଣର ଶିକାର ହୋଇଥିବା ୟୁକ୍ରେନ୍ ପ୍ରତି ତାଙ୍କର ପୂର୍ଣ୍ଣ ସମର୍ଥନ ଓ ସହଯୋଗ ଅତୁଟ ରହିଛି ବୋଲି  ସେ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ପୋଲାଣ୍ଡ୍ ଗସ୍ତ କରି ସେଠାକାର ରାଷ୍ଟ୍ରପତି ଆଣ୍ଡର୍‌ଜେଜ୍ ଦୁଦାଙ୍କୁ ଭେଟିଥିଲେ ବାଇଡେନ୍।

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/fghn0RU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages