ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି। କେନ୍ଦୁଝର ଜିଲ୍ଲା ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଧାୟକ ଶ୍ରୀ ସେଠୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି।
୨୦୨୨ ଅଗଷ୍ଟ ୩୦ରେ ପଞ୍ଚାୟତ ସମିତି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ଅସୀମା ମିଶ୍ରଙ୍କୁ ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଅସୀମା ମିଶ୍ର ଏନେଇ ଆନନ୍ଦପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ତାଙ୍କ ଏତଲାକୁ ଗ୍ରହଣ କରାଯାଇ ନଥିଲା। ଏ ସଂପର୍କରେ ଅସୀମା ମିଶ୍ର କେନ୍ଦୁଝର ଏସ୍ପିଙ୍କୁ ମଧ୍ୟ ଅବଗତ କରାଇଥିଲେ। କିନ୍ତୁ ତା’ ସତ୍ତ୍ୱେ ତାଙ୍କ ଏତଲାକୁ ଗ୍ରହଣ କରି ବିଧାୟକଙ୍କ ନାଁରେ ମାମଲା ରୁଜୁ କରାଯାଇ ନଥିଲା। ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୪ ତାରିଖରେ ବିଧାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।
ଅସୀମା ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ୨୦୨୨ ଅଗଷ୍ଟ ୩୦ ତାରିଖରେ ଆନନ୍ଦପୁର ବ୍ଳକ୍ ଅଫିସ୍ରେ ବସିଥିବା ବୈଠକରେ ପୂର୍ବରୁ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ରିପୋର୍ଟ ଉପସ୍ଥାପନ କରିବାକୁ ସେ କହିଥିଲେ। ସେତେବେଳେ ବୈଠକରେ ଉପସ୍ଥିତ ଥିବା ବିଧାୟକ ଭାଗିରଥି ସେଠୀ ତାଙ୍କ ପ୍ରତି ଅଶ୍ରାବ୍ୟ ଭାଷା ପ୍ରୟୋଗ କରି ଗାଳିଗୁଲଜ କରିଥିଲେ। ତୁ କିଏ? ଏଠି ପ୍ରଶ୍ନ ପଚାରିବାକୁ ତୋର କୌଣସି ଅଧିକାର ନାହିଁ ବୋଲି ବିଧାୟକ ତାଙ୍କୁ କହିବା ସହିତ ବୈଠକରୁ ବାହାରି ଯିବାକୁ କହିଥିଲେ। ଏମିତିକି ବିଧାୟକ ତାଙ୍କୁ ମାରି ଦେବାକୁ ଧମକ ଦେଇଥିଲେ ବୋଲି ଅସୀମା ମିଶ୍ର ଅଭିଯୋଗ କରିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wjk7ixh
No comments:
Post a Comment