ଭୟଙ୍କର ଭୂକମ୍ପ: ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 5, 2023

ଭୟଙ୍କର ଭୂକମ୍ପ: ୧୦୦ ଛୁଇଁଲା ମୃତ୍ୟୁସଂଖ୍ୟା

ତୁର୍କୀ ଓ ସିରିୟାରେ ଆଜି ଭୋରରୁ ଅନୁଭୂତ ହୋଇଥିବା ଭୟଙ୍କର ଭୂକମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଥିବାର ବେଳେ ଶତାଧିକ ବିଲଡିଂ ଭୁଶୁଡ଼ି ପଡ଼ିଛି। ସ୍ଥାନୀୟ ସମୟ ଭୋର ୪ ଟା ୧୭ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ରେକର୍ଡ କରାଯାଇଛି।

ପ୍ରଥମ ଝଟକାର ୧୫ ମିନିଟ୍ ପରେ ସେଠାରେ ଆଉ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୬.୭ ରହିଥିଲା।ଭୂକମ୍ପ ଦ୍ୱାରା ତୁର୍କୀର ଗାଜିଆନଟେପ ସର୍ବାଧିକ ପ୍ରଭାବିତ ହୋଇଛି। ଏହା ତୁର୍କୀର ଅନ୍ୟତମ ପ୍ରମୁଖ ଶିଳ୍ପାଞ୍ଚଳ। ଏହା ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।

ତୁର୍କୀ ସରକାର ଏହି ଭୂକମ୍ପକୁ ଲେବଲ ୪ ଭାବେ ଦର୍ଶାଇଛନ୍ତି। ଏହାର ଅର୍ଥ ଅନ୍ତର୍ଜାତୀୟ ସହାୟତା ପାଇଁ ତୁର୍କୀ ହକଦାର। ତୁର୍କୀ ମିଡିଆର ରିପୋର୍ଟ ଅନୁଯାୟୀ, ଦେଶରେ ଭୂକମ୍ପ ଯୋଗୁ ଏଯାଏ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ମାଲାଟାୟାରେ ୨୩ ଜଣ, ସାନଲିଉରଫାରେ ୧୭ ଜଣ, ଡିୟାରବାକିରରେ ୬ ଜଣ ଓ ଓସମାନିଆରେ ୫ ଜଣଙ୍କ ମୃତ୍ୟୁ ଘଟିଛି।

ସରିୟାରେ ମଧ୍ୟରେ ଭୂକମ୍ପ ଯୋଗୁ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ଅନେକ ଘର ମଧ୍ୟ ମାଟିରେ ମିଶି ଯାଇଛି। ତୁର୍କୀର ରାଷ୍ଟ୍ରପତି ତାୟିପ ଏରଡୋଗାନ କହିଛନ୍ତି, ଭୂକମ୍ପ ପ୍ରଭାବିତ ଅଞ୍ଚଳକୁ ଉଦ୍ଧାରକାରୀ ଦଳ ଯାଇଛନ୍ତି। ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୂକମ୍ପ ଝଟକା ପ୍ରାୟ ୧ ମିନିଟ୍‌ ଧରି ଅନୁଭୂତ ହୋଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Uvnf7Yt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages