ଗୁଳିମାଡ଼ରେ ଢାବା ମାଲିକ ମୃତ, ସହଯୋଗୀ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 26, 2023

ଗୁଳିମାଡ଼ରେ ଢାବା ମାଲିକ ମୃତ, ସହଯୋଗୀ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦା ଗ୍ରାମର ସରକାରୀ ଧର୍ମକଣ୍ଟା ନିକଟରେ ଥିବା ଏକ ଢାବାର ମାଲିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିମାଡ଼ରେ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିଙ୍କ ନାଁ ରମେଶ ଚାତମ୍ବା। ଗୁରୁତର ଆହତ ତାଙ୍କ ସହଯୋଗୀଙ୍କ ନାଁ ରାମ ପୂର୍ତ୍ତୀ।

ରବିବାର ସନ୍ଧ୍ୟାରେ ଦୁଇ ଜଣ ଅଜଣା ବ୍ୟକ୍ତି ଏକ ନମ୍ବର ବିହୀନ କଳା ପଲସରରେ ଆସି ରମେଶ ଚାତମ୍ବାଙ୍କ ଢାବା ନିକଟରେ ଅଟକି ଥିଲେ। ସେମାନେ ରମେଶଙ୍କ ସହିତ ପ୍ରାୟ ୨ ମିନିଟ୍ କଥା ହେବା ପରେ ହଠାତ୍ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ। ସେମାନେ ୪ ରାଉଣ୍ଡ ଗୁଳି କରି ଥିଲେ। ଗୁଳି ରମେଶ ଓ ତାଙ୍କ ସହଯୋଗୀ ରାମଙ୍କ ଦେହରେ ବାଜିଥିଲା।

ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ଯୋଡ଼ା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। କୋଇଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SW1Ggbc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages