ପୋଷ୍ଟର ଜାରି କରି ଆପ୍‌ର ଆତିଶିଙ୍କୁ ଖଳନାୟିକା କହିଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 24, 2023

ପୋଷ୍ଟର ଜାରି କରି ଆପ୍‌ର ଆତିଶିଙ୍କୁ ଖଳନାୟିକା କହିଲା ବିଜେପି

ଷ୍ଟାଣ୍ଡିଂ କମିଟି ନିର୍ବାଚନ ବେଳେ ଏମସିଡି ସଭାଗୃହରେ ହୋଇଥିବା ମାରପିଟରେ ବିଜେପିର ଜଣେ କାଉନସିଲର ଆହତ ହୋଇଥିବା ଦଳ ପକ୍ଷରୁ ଦାବି କରାଯାଇଛି। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ମାରପିଟ ଘଟଣା ପାଇଁ ବିଜେପି ସୋଶାଲ ମିଡିଆରେ ଆମ ଆଦମୀ ପାର୍ଟି(ଆପ୍‌)ର ନେତ୍ରୀ ଆତିଶିଙ୍କୁ ଦାୟୀ କରିଛି। ଆତିଶିଙ୍କ ପାଇଁ ଏମସିଡି ସଭାଗୃହରେ ସବୁ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ଦଳ ଅଭିଯୋଗ କରିଛି।

ଏନେଇ ବିଜେପି ପକ୍ଷରୁ ଆତିଶିଙ୍କ ଗୋଟିଏ ଫିଲ୍ମ ଭଳି ପୋଷ୍ଟର ଜାରି କରାଯାଇଛି। ଏଥିରେ ମେୟର ଶେଲୀ ଓବାୟଙ୍କ ଫଟୋ ମଧ୍ୟ ରହିଛି। ଏମସିଡିରେ ଯାହା ବି ଘଟୁଛି, ତାହା ଗୋଟିଏ ପ୍ରାୟୋଜିତ ଫିଲ୍ମ ବୋଲି ଦଳ କହିଛି। ଉକ୍ତ ପୋଷ୍ଟରକୁ ଶେୟାର କରି ଦଳ ଲେଖିଛି ଯେ “ଆପର ଖଳନାୟିକା, ଯିଏ ଏମସିଡି ସଭାଗୃହରେ ବିଶୃଙ୍ଖଳା ସୃଷ୍ଟିର କାରଣ।”

ବିଜେପି କାଉନସିଲରମାନେ ଏମସିଡିରେ ଘଟିଥିବା ଘଟଣାକୁ ୨୦୨୩ର ସବୁଠାରୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଡ୍ରାମା ବୋଲି କହିଛନ୍ତି। ସେମାନଙ୍କ କହିବା କଥା ଯାଏ ଯେ ଏମସିଡି ଗୃହରେ ଘଟୁଥିବା ନାଟକର ପ୍ରଯୋଜକ ହେଉଛି ଆପ ଓ ଏହାର ନିର୍ଦ୍ଦେଶକ ହେଉଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହି ନାଟକ ବା ଫିଲ୍ମରେ ଆତିଶି ହେଉଛନ୍ତି ଖଳନାୟିକା ବୋଲି ବିଜେପି କହିଛି।

ଅନ୍ୟପକ୍ଷରେ ବିଜେପି ଓ ଆପ୍‌ ପୁଲିସ୍‌ ନିକଟରେ ପହଞ୍ଚି ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ହେଲେ ପୁଲିସ୍‌ ଏଯାଏ କାହା ବିରୋଧରେ ବି ଏଫଆଇଆର ରୁଜୁ କରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/038YlAF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages