ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଉନ୍ନତ ଚିକିତ୍ସା ଲାଗି ଦିଲ୍ଲୀ ଯାଇଛନ୍ତି। ଆଜି ସକାଳେ ଭୁବନେଶ୍ୱରରୁ ସେ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଦିଲ୍ଲୀରେ ଥିବା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନସେସ(ILBS) ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବ। ସେଠାରେ ପିଣ୍ଟୁ ନନ୍ଦଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ କରାଯିବ।
ଲିଭର୍ ସିରୋସିସରେ ପୀଡ଼ିତ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ପିଣ୍ଟୁ। ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ ରହିଛିା ତେବେ ଓଡ଼ିଶା ସିନେ ଆର୍ଟିଷ୍ଟ ସଂଘ ସହ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ରାଶି ମିଳିବାରେ ଲାଗିଛି।
୪୫ ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡ୍ର ଜଣେ ପୋଖତ କଳାକାର। ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। କେତେବେଳେ ଅଭିନେତା ତ କେତେବେଳେ ସହ- ଅଭିନେତା ଏବଂ କମେଡିଆନ୍ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି, ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି। ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗାବଳିଆ, ଦୋସ୍ତି, ହାତ ଧରି ଚାଲୁଥା, ପ୍ରେମ ପାଇଁ ମହାଭାରତ ଓ ଲଭ୍ ଏକ୍ସପ୍ରେସ ଭଳି ହିଟ୍ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ପିଣ୍ଟୁ। ଏହାଛଡ଼ା ଅନେକ ଆଲବମ୍ରେ ଅଭିନୟ କରିବା ସହ ଟିଭି ସୋର ହୋଷ୍ଟ ମଧ୍ୟ କରିଛନ୍ତି। ତାଙ୍କର ଏ ଗଉରା ଗୀତ, ସାରା ରାଜ୍ୟରେ ଚହଳ ପକାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/WLajco2
No comments:
Post a Comment