ଦିଲ୍ଲୀ ଜବାହାରଲାଲ ନେହରୁ ୟୁନିଭରସିଟିରେ ପୁଣି ଥରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଜେଏନ୍ୟୁ ଷ୍ଟୁଡେଣ୍ଟସ୍ ୟୁନିଅନ୍ ସଦସ୍ୟ ଓ ଏବିଭିପି କର୍ମୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଯୋଗୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା ଲାଗି ରହିଛି। ବାମ ପନ୍ଥୀ ସଦସ୍ୟ ଛତ୍ରପତି ଶିବାଜୀ ମହାରାଜଙ୍କ ଅପମାନ କରିଥିବା ଅଭିଯୋଗ କରିଛନ୍ତି ଏବିଭିପି ସଂଗଠନର ଛାତ୍ର । ଉତ୍ତେଜନାକୁ ଆଖି ଆଗରେ ରଖି କ୍ୟାମ୍ପସ୍ ପରିସରରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ଜେଏନୟୁ ଏବିଭିପି ସଚିବ କହିଛନ୍ତି ଯେ, ଶିବାଜୀ ଜୟନ୍ତୀ ଅବସରରେ କ୍ୟାମ୍ପସ୍ ପରିସରରେ ତାଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଥିଲା। ଏହି ସମୟରେ ସଭାରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଫଟୋ ଥିବା ବେଳେ ଛାତ୍ରମାନେ ସେଥିରେ ପୁଷ୍ପମାଲ୍ୟ ଅର୍ପଣ କରୁଥିଲେ। ମାତ୍ର ହଠାତ୍ କିଛି ବାମପନ୍ଥୀ ପଶି ଶିବାଜୀଙ୍କ ଫଟୋକୁ ସଭାରୁ ବାହାରକୁ ନେଇ ଯାଇଥିବା ବେଳେ ଫୁଲମାଳକୁ ଡଷ୍ଟବିନରେ ପକାଇ ଦେଇଥିଲେ।
ଅନ୍ୟ ପକ୍ଷରେ ବାମ ପନ୍ଥୀ ଶହ ଜଡ଼ିତ ଛାତ୍ର ସଂଗଠନ କହିଛି ଯେ, ଆଇଆଇଟି ବମ୍ବେର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଏବିଭିପିର ଛାତ୍ର ସେଠାରେ ପହଞ୍ଚି ସେମାନଙ୍କୁ ଆକ୍ରମଣ କରିଛନ୍ତି। ସେପଟେ ବାମପନ୍ଥୀ ଛାତ୍ରଙ୍କ ଏହି ଅଭିଯୋଗକୁ ଏବିଭିପି ପକ୍ଷରୁ ଅସ୍ୱୀକାର କରାଯାଇଛି । ଉଭୟ ପକ୍ଷ ପରସ୍ପରର ଅଭିଯୋଗକୁ ଖଣ୍ଡନ କରୁଥିବା ବେଳେ କିଏ ସତ କହୁଛି ଆଉ କିଏ ମିଛ ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
କିଛି ଦିନ ପୂର୍ବେ ଜେଏନ୍ୟୁ କ୍ୟାମ୍ପସ୍ ପରିସରରେ ବିବିସି ଦ୍ୱାରା ମୋଦିଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂକୁ ନେଇ ଦେଖାଦେଇଥିଲା ପ୍ରବଳ ଉତ୍ତେଜନା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RhMnCyV
No comments:
Post a Comment