ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ପାର୍‌ କଲା, ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 7, 2023

ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ପାର୍‌ କଲା, ଖରାପ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ

ଭୟଙ୍କର ଭୂମିକମ୍ପ ତୁର୍କୀ ଓ ସିରିଆକୁ ଦୋହଲାଇ ଦେଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଛି । ଏବେବି ଭଗ୍ନାବଶେଷ ତଳେ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଥିବା ବେଳେ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ତୁଷାରପାତ ।

ତୁର୍କୀରେ ହଜାର ହଜାର କୋଠାବାଡ଼ି ଭାଙ୍ଗି ମାଟିରେ ମିଶି ଯାଇଛି । ତା’ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ମାତ୍ର ଭୂମିକମ୍ପ ପରେ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ଏପରିକି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଲ୍ୟାଣ୍ଡ କରିପାରୁ ନ ଥିବା ଜଣାଯାଇଛି। ଫଳରେ କେବଳ ରାସ୍ତା ମାର୍ଗ ଦେଇ ରିଲିଫ୍ ସାମଗ୍ରୀକୁ ପଠାଯାଉଛି।

ଏହି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତୁର୍କୀର ସମସ୍ତ ହସ୍ପିଟାଲରେ ଆଉ ବେଡ ନ ଥିବାରୁ ଆହତମାନେ ଉପଯୁକ୍ତ ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି। ତୁର୍କୀର ମହାବିପତ୍ତି ବେଳେ ସହଯୋଗର ହାତ ବଢ଼ାଇଛି ଭାରତ । ତେଣୁ ଭାରତ ୩୦ ଶଯ୍ୟା ବିଶିଷ୍ଟ ଭାରତୀୟ ଆର୍ମି ଫିଲ୍ଡ ହସ୍ପିଟାଲ ତୁର୍କୀକୁ ପଠାଇଛି।

ପୂର୍ବରୁ ଭାରତ ତୁର୍କୀକୁ ୨ଟି C-17 ଗ୍ଲୋବମାଷ୍ଟର ବିମାନରେ ୧୦୦ ଏନଡିଆରଏଫ୍ ଯବାନ, ସ୍ୱତନ୍ତ୍ର ପ୍ରଶିକ୍ଷିତ ଡଗ୍ ସ୍କ୍ବାଡ୍, ଡ୍ରିଲିଂ ମେସିନ, ରିଲିଫ ସାମଗ୍ରୀ, ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଓ ଉପକରଣ ପଠାଯାଇଛି। ଭାରତକୁ ବିପଦ ବେଳର ପ୍ରକୃତ ବନ୍ଧୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ତୁର୍କୀ ରାଷ୍ଟ୍ରଦୂତ।

ତୁର୍କୀ ଓ ସିରିଆରେ ଏଯାଏ ୪ ଥର ଭୂମିକମ୍ପ ଆସି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୮ ହଜାର ପାର୍‌ ହୋଇ ସାରିଲାଣି। ଏହା ଏକ ଭୟଙ୍କର ଭୂମିକମ୍ପ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦ ହଜାର ଛୁଇଁପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଆଶଙ୍କା ବ୍ୟକ୍ତ କରିଛି। 

ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି, ୩୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ସୁବିଧା ପାଇଁ ଭାରତୀୟ ସେନା ଫିଲ୍ଡ ହସ୍ପିଟାଲ ନେଇଥିବା ଦୁଇଟି ଭାରତୀୟ ବାୟୁସେନା ବିମାନ ତୁର୍କୀର ଆଡାନାଠାରେ ପହଞ୍ଚିସାରଛି। ଚାଲୁଥିବା ରିଲିଫ୍ କାର୍ଯ୍ୟରେ ଆମର ଡାକ୍ତରୀ ବିଶେଷଜ୍ଞ ଦଳ ସହଯୋଗ କରିବେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/53DZMSL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages