୧୯ ଫେବ୍ରୁଆରୀ, ରବିବାର: ଆଜି ଭଲ ଖବର ପାଇବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 18, 2023

୧୯ ଫେବ୍ରୁଆରୀ, ରବିବାର: ଆଜି ଭଲ ଖବର ପାଇବେ

ମେଷ: ବ୍ୟବସାୟରେ ପରିଶ୍ରମ ଅନୁସାରେ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଉନ୍ନତି କରିବେ।
ରାଜନୀତି କରୁଥିବା ବ୍ୟକ୍ତିମାନେ ମାନସମ୍ମାନ ପାଇବେ।

ବୃଷ: ନୂତନ ଅନୁଷ୍ଠାନ ଗଢିବା ପାଇଁ ସୁଯୋଗ ମିଳିବ। ଦୀର୍ଘ ଦିନରୁ ପଡ଼ିଥିବା ବାକି ଅର୍ଥ ଆଦାୟ କରିବେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମିଥୁନ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ। ବ୍ୟବସାୟରେ ବ୍ୟୟଭାର ବୃଦ୍ଧି ହେବ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ ନାହିଁ।

କର୍କଟ: ବ୍ୟବସାୟରେ ଆଶା ଅନୁସାରେ ଲାଭ ପାଇବେ। ନୂତନ ଗୃହ ଓ ଯାନବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଫଳ ଦେବ।

ସିଂହ: ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ। ପ୍ରେମପ୍ରଣୟ ଦିଗରୁ ଦିନଟି ଶୁଭ ରହିବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।
କନ୍ୟା: ବ୍ୟବସାୟୀମାନେ ଲାଭ ପାଇବେ। କଳାସଂସ୍କୃତି ରେ ମାନସମ୍ମାନ ବୃଦ୍ଧି ହେବ।କୌଣସି କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ।
 

ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଅପମାନ ମିଳିବ। କିନ୍ତୁ ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯାୟରେ ପହଞ୍ଚିବ।
ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ସୁଯୋଗ ରହିଛି। ବନ୍ଧୁଙ୍କର ଘରକୁ ଆଗମନ ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିବେ ।

ବିଛା: ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟରେ ସଫଳତା ପାଇପାରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭଖବର ପ୍ରାପ୍ତି ହେବ।

ଧନୁ: କର୍ମକ୍ଷେତ୍ରରେ ଉନ୍ନତି ହେବ। କିନ୍ତୁ ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବେ।
ଅଚାନକ ଧନ ପ୍ରାପ୍ତି ହେବ। ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ।

ମକର: ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସାଥ ଦେବା ସହିତ ନୂତନ କାର୍ଯ୍ୟ କରିବା ପାଇଁ ଅଗ୍ରସର ହେବେ। ଦୂରସ୍ଥାନକୁ ଯାତ୍ରା କରିବେ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିବ ।ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଘରକୁ ଅତିଥି ଆସିବେ।

କୁମ୍ଭ: ବ୍ୟବସାୟରେ ବ୍ୟୟ ବୃଦ୍ଧି ହେବାରୁ ମନରେ ଅସ୍ଥିରତା ଦେଖାଯିବ। ଚାକିରି କ୍ଷେତ୍ରରେ ବଡ଼ ପଦପଦବୀର ଲାଭ ମିଳିବ। ମାନସମ୍ମାନ ପ୍ରାପ୍ତି ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ।
 

ମୀନ: ଦୂରସ୍ଥାନକୁ ଯାତ୍ରା କଲା ବେଳେ ସାବଧାନ ସହିତ ଯାଆନ୍ତୁ। ପରିବାରର ସମସ୍ତ ଦାୟିତ୍ୱ ନିର୍ବାହ କରିବେ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନମାନଙ୍କର କାଯ୍ୟକଳାପକୁ ଦେଖି ବାପାମା ବ୍ୟସ୍ତବିବ୍ରତ ହେବ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/NRHCMOW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages