ଗୋ ଚାଲାଣ ସନ୍ଦେହରେ ଗାଡ଼ି ସହ ଦୁଇ ଯୁବକଙ୍କୁ ଜାଳି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 18, 2023

ଗୋ ଚାଲାଣ ସନ୍ଦେହରେ ଗାଡ଼ି ସହ ଦୁଇ ଯୁବକଙ୍କୁ ଜାଳି ଦେଲେ

ପ୍ରଥମେ ଅପହରଣ। ତା’ପରେ ଅକଥନୀୟ ମାଡ଼। ହତ୍ୟା ପରେ ଦୁଇ ଯୁବକଙ୍କୁ ଗାଡି ସମେତ ଜାଳି ଦେଲେ। ଗୋ ଚାଲାଣ ସନ୍ଦେହରେ ଦୁଇ ମୁସଲିସ ଯୁବକଙ୍କୁ ଅପହରଣ ପରେ ଏଭଳି କିଛି ଢ଼ଙ୍ଗରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି ଏହି ଘଟଣା, ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରିଙ୍କୁ ସୋନିକୁ ଗିରଫ କରି ରିମାଣ୍ଡରେ ନେଇଛି। ରାଜସ୍ଥାନ ଭରତପୁରର ଏକ ଅଦାଲତ ଅଭିଯୁକ୍ତ ରିଙ୍କୁ ସୋନିକୁ ଶନିବାର ୫ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛନ୍ତି। ଏହାରି ଭିତରେ ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଜାହିଦା ଖାନ୍‌ଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟି ଏହି ମାମଲାରେ ଆଲୋଚନା କରିଛି।

ସୂଚନା ମୁତାବକ, ବୁଧବାର ଦିନ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁରେ ରହୁଥିବା ଦୁଇ ମୁସଲିମ ଯୁବକ ନାସିର ଓ ଜୁନୈଦଙ୍କ ମୃତଦେହ ଭିୱାନୀ ଅଞ୍ଚଳର ଲୋହାରୁରେ ଏକ ଜଳନ୍ତା ବୋଲେରୋ ଗାଡି ଭିତରୁ ମିଳିଥିଲା। ଏହି ଦୁଇ ଜଣକଙ୍କୁ କିଛି ଗୋରକ୍ଷକ ବୁଧବାର ଦିନ ଅପହରଣ କରିନେଇଥିବା ଅଭିଯୋଗ ହୋଇଥିଲା।

ମୃତକଙ୍କ ପରିବାର ଲୋକେ ୫ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ। ସେଥିମଧ୍ୟରୁ ରାଜସ୍ଥାନ ପୁଲିସ ରିଙ୍କୁ ସୋନିଙ୍କୁ ଗିରଫ କରିଛି। ଗୋପାଳଗଡ ଷ୍ଟେସନ ଅଧିକାରୀ ରାମ ନରେଶ ମୀନା କହିଛନ୍ତି, ଗିରଫ ଅଭିଯୁକ୍ତ ରିଙ୍କୁ ସୋନିଙ୍କୁ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପଠାଯାଇଥିଲା। ସେଠାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିଛି ପୁଲିସ।

ପୁଲିସ ପଚରାଉଚରାରୁ ଜଣାପଡିଛି ଯେ, ଅଟୋ ଚାଲକ ରିଙ୍କୁ ସୋନି ନିଜର ତିନି ଜଣ ସାଥୀଙ୍କ ସହ ମିଶି ଜୁନୈଦ ଓ ନାସିରଙ୍କ ଗାଡିକୁ ଅଟକାଇଥିଲା। ଗୋ ଚୋରା ଚାଲାଣ ସନ୍ଦେହରେ ରିଙ୍କୁ ଓ ତାଙ୍କ ସାଥୀ ମିଶି ଜୁନୈଦ ଓ ନାସିରଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ଉଭୟ ମୁସଲିମ ଯୁବକ ଗୁରୁତର ହୋଇଥିଲେ। ଏହାପରେ ଅଭିଯୁକ୍ତ ରିଙ୍କୁ ଆହତ ଯୁବକଙ୍କୁ ନିକଟସ୍ଥ ଫିରୋଜପୁର ଝିର୍କା ପୁଲିସ ଷ୍ଟେସନକୁ ନେଇ ଯାଇଥିଲେ। ଗୋରୁ ଚୋରା ଚାଲାଣ ଅଭିଯୋଗରେ ହରିୟାଣା ପୁଲିସ ଜୁନୈଦ ଏବଂ ନାସିରଙ୍କୁ ଗିରଫ କରୁ ବୋଲି ରିଙ୍କୁ ଚାହୁଁଥିଲା। ତେବେ ଗୁରୁତର ଆହତ ଜୁନୈଦ ଏବଂ ନାସିରଙ୍କ ଅବସ୍ଥା ଦେଖି ହରିୟାଣା ପୁଲିସ ହାତ ଟେକି ଦେଇଥିଲା। ଏହାରି ଭିତରେ ଦୁଇ ଗୁରୁତର ଯୁବକଙ୍କ ମୃତ୍ୟୁ ହୋଇଥିଲା। 

ଏହାପରେ ଅଭିଯୁକ୍ତ ରିଙ୍କୁ ଜୁନୈଦ ଓ ନାସିରଙ୍କ ମୃତଦେହକୁ ବୋଲେରୋ ଗାଡିରେ ୨୦୦ କିଲୋମିଟର ଦୂର ଭିୱାନୀ  ନେଇ ସେଠାରେ ପେଟ୍ରୋଲ ଢ଼ାଲି ଗାଡି ସମେତ ମୃତଦେହରେ ନିଆଁ ଲଗାଇ ଦେଇଥିଲ। ଏହି ମାମଲାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କ ପୁଲିସ ତଲାସି ଜାରି ରଖିଛି। ବଜରଙ୍ଗ ଦଳର ଜଣେ ସଦସ୍ୟ ମଧ୍ୟ ଏହି ହତ୍ୟା ମାମଲାରେ ସାମିଲ ଥିବା ପୁଲିସ ସୂଚନା ଦେଇଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/5OLVhCd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages