ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ତେଲେଙ୍ଗାନା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହି ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ ଆଗରୁ ବିଜେପିରୁ ନିଲମ୍ବିତ କରାଯାଇଛି। ଏବେ ସେ ଏଆଇଏମଆଇଏମର ମୁଖ୍ୟ ଅସାଦ୍ଦୁଦ୍ଦିନ ଓୱେସୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ , ଓୱେସୀ ହେଉଛନ୍ତି ସବୁଠାରୁ ବଡ ଗୋ ହତ୍ୟାକାରୀ। । ନିଲମ୍ବିତ ବିଜେପି ସାଂସଦ ସାରା ଦେଶରେ ଗୋ’ ହତ୍ୟାକୁ ନିଷିଦ୍ଧ କରିବାକୁ ଆଇନ ଆଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ସିଂହ କହିଛନ୍ତି ଯେ, ଓୱେସୀଙ୍କ ନିର୍ବାଚନମଣ୍ଡଳୀରେ ଅନେକ ବେଆଇନ ଭାବେ କଂସେଇଖାନା ଚାଲିଛି।
ଯେଉଁଠି ଅନେକ ଗୋରୁ ହତ୍ୟା କରାଯାଇ ସେମାନଙ୍କ ମାଂଶ ରପ୍ତାନୀ କରାଯାଉଛି। ସିଂହ ପ୍ରଶ୍ନ କରିଛନ୍ତି ଯେ, ଓୱେସୀ ଏହି ଗୋ ହତ୍ୟାକାରୀଙ୍କୁ 'ଦେଶ ଭକ୍ତ' ବୋଲି କହିବେ କି? ଆଗରୁ ମଧ୍ୟ ସେ ଅନେକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ କେବଳ ଘଣ୍ଟି ବଜାଉଥିବା ହିନ୍ଦୁ ନୁହେଁ ବରଂ ଗଳା କାଟିପାରୁଥିବା ହିନ୍ଦୁ ନିର୍ମାଣ ହେବାର ଆବଶ୍ୟକତା ରହିଛି |ହାଇଦ୍ରାବାଦର ଗୋଶାମହଲ ଆସନରୁ ବିଜେପି ବିଧାୟକ ଥିବା ଟି ରାଜା ସିଂ କହିଛନ୍ତି ଯେ ଜୋମାଟୋ, ରାପିଡୋ ଟ୍ୟାକ୍ସି, ଓଲା, ଉବରରୁ ହିନ୍ଦୁ ଝିଅମାନଙ୍କ ନାମ ଓ ନମ୍ବର ନିଆଯାଉଛି ।
ଆଉ ଲଭ ଜିହାଦ କରାଯାଉଛି | ଆପଣ ମୁସଲମାନଙ୍କ ଦୋକାନରୁ ସାମଗ୍ରୀ କିଣିବା ଠାରୁ ଦୂରେଇ ରୁହନ୍ତୁ |ପୁଣେରେ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଦେଶରେ ଲଭ ଜିହାଦ, ବେଆଇନ ଧର୍ମାନ୍ତୀକରଣ, ଗୋହତ୍ୟା ଇତ୍ୟାଦି ମାମଲା ବୃଦ୍ଧି ପାଇଛି। ଲଭ ଜିହାଦ ବିରୋଧରେ ଆଇନ ଆଣିବାକୁ ମୁଁ ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ଦାବି କରୁଛି। ତାପୂର୍ବରୁ ଜାନୁଆରୀ ୧୯ରେ ହାଇଦ୍ରାବାଦ ପୁଲିସ ଗତ ବର୍ଷ ଏକ ଧାର୍ମିକ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଟି ରାଜା ସିଂଙ୍କୁ ନୋଟିସ ପଠାଇଥିଲା। ଗତ ବର୍ଷ ଟି ରାଜା ସିଂଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/1jqMfTP
No comments:
Post a Comment