ପଞ୍ଚାବରେ ଆତଙ୍କ ସୃଷ୍ଟି କରିଥିବା ଖଲିସ୍ତାନୀ ନେତା ଅମୃତ ପାଲ ସିଂହଙ୍କୁ ନେଇ ପୁଲିସ ଏବଂ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି। ଅମୃତ ପାଲ ଆଏସଆଇ ଏଜେଣ୍ଟଠାରୁ ଅର୍ଥ ପାଉଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ଖଲିସ୍ଥାନୀ ଆନ୍ଦୋଳନକୁ ସମର୍ଥନ କରୁଥିବା ୱାରିସ ପଞ୍ଜାବ ଦେ ଏବଂ ଅମୃତ ପାଲ ସିଂହଙ୍କ ସହ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥତି ଉପୁଜିବା ପରେ ଉପରୋକ୍ତ ଘଟଣା ଉପରେ ସନ୍ଦେହ କାରାଯାଇଛି। ଏଣୁ ଏବେ ଅମୃତ ପାଲ ସିଂହଙ୍କ ଉପରେ କଡ଼ା ନଜର ରଖିଛି ପୁଲିସ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅଜନାଲାରେ ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ହିଂସା ଘଟଣା ଉପରେ ପଞ୍ଜାବ ପୁଲିସକୁ ରିପୋର୍ଟ ମଗାଯାଇଛି। ଗୁରୁବାର ଅମୃତସରଠାରେ ପୁଲିସ ଓ ଖଲିସ୍ତାନ ନେତା ଅମୃତପାଲ ସିଂହଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଆନ୍ଦୋଳନକାରୀମାନେ ଅମୃତପାଲ ସିଂହଙ୍କ ଘନିଷ୍ଠ ସହଯୋଗୀ ଲଭପ୍ରୀତ ତୁଫାନକୁ ଛାଡ଼ିଦେବା ପାଇଁ ଦାବି କରି ଅଜନାଲା ଥାନା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅନେକ ପୋଲିସ କର୍ମୀ ଆହତ ହୋଇଥିଲେ ।
ଅମୃତପାଲ ଓ ତାଙ୍କ ସମର୍ଥକମାନଙ୍କ ବିରୋଧରେ ପୁଲିସ ରୁଜୁ କରିଥିବା ମାମଲା ପ୍ରତ୍ୟାହାର କରିବା ପାଇଁ ସେମାନେ ଦାବି କରିଥିଲେ। ତା’ ନ ହେଲେ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ହିଂସା ଜାରି ରଖିବେ ବୋଲି ଧମକ ଦେଇଥିଲେ। ପରେ ଚାପରେ ଆସି ଲଭପ୍ରୀତ, ତୁଫାନଙ୍କୁ ଛାଡ଼ି ଦିଆଯାଇଥିଲା । କିନ୍ତୁ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲଭପ୍ରୀତଙ୍କ ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ଅବଗତ କରାଯାଇଥିଲା।ଖଲିସ୍ତାନ ସପକ୍ଷବାଦୀ ସଂଗଠନ ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ଦୁବାଇ-ଫେରନ୍ତା ଅମୃତପାଲ ସିଂହଙ୍କ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାର ସୁରକ୍ଷା ଏଜେନ୍ସିଗୁଡ଼ିକ ମାଧ୍ୟମରେ ନଜର ରଖିଛନ୍ତି। ଖଲିସ୍ତାନୀ ସମର୍ଥକଙ୍କ ହିଂସା ବଢ଼ିବା ଆଶଙ୍କା ଥିବାରୁ ପୁଲିସ ହାଇଆଲର୍ଟରେ ରହିଛି।
ସୂଚନା ମୁତାବକ, ଗତ ୧୮ ଫେବୃୟାରୀରେ ଦଙ୍ଗା ଓ ଅପହରଣ ଅଭିଯୋଗରେ ଲଭପ୍ରୀତ ସିଂ ତୋଫାନଙ୍କୁ ଗିରଫ କରିଥିଲା ପଞ୍ଜାବ ପୋଲିସ । ଏହାପରେ ଲଭପ୍ରୀତଙ୍କୁ ଛାଡ଼ିଦେବାକୁ ପଞ୍ଜାବର ବିଭିନ୍ନ ସ୍ଥାନରେ ଦାବି ହୋଇଥିଲା । କିନ୍ତୁ ପୋଲିସ ଏହି ଦାବି ପ୍ରତି ଗୁରୁତ୍ୱ ନ ଦେବାରୁ ଅମୃତପାଲ ସିଂଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏପରିକି ଥାନା ଉପରେ ଆକ୍ରମଣ କରିଥିଲେ ଖାଲିସ୍ତାନୀ ସମର୍ଥକ। ତେବେ ପଞ୍ଜାବରେ ପୁଣି ଥରେ ଖଲିସ୍ଥାନୀ ନିଆଁ କୁହୁଳିବା ପଛରେ ପାକିସ୍ତାନ ଆଇଏସଆଇ ହାତ ଥିବା ଗୋଇନ୍ଦା ବିଭାଗ ସନ୍ଦେହ କରୁଛି। ମୁଖ୍ୟତଃ ଏହି ଆନ୍ଦୋଳନକୁ ଉସକେଇବା ପାଇଁ ଆଇଏସଆଇ ପାଣ୍ଠି ଅମୃତପାଲ ସିଂହଙ୍କୁ ପାଣ୍ଠି ଯୋଗାଥିବା ଏକ ବିଷେସୂତ୍ରରୁ ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ayAKYWg
No comments:
Post a Comment