ମହିଳାଙ୍କୁ ଭଲ ଫଳ ଯାଗାରେ ପଚା ଫଳ ଦେଇ ଦେଇଥିଲେ। ଦୋକାନୀ ଜଣଙ୍କ ଭାବିଥିଲେ ମହିଳା ଜଣଙ୍କ ଏହି ବିଷୟରେ କିଛି ଜାଣି ପାରିବେନି। ହେଲେ ମହିଳାଙ୍କୁ ପଚା ଫଳ ବିକିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା। ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହେବା ପରେ ବନ୍ଧା ହେଲେ ଦୋକାନୀ। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ି ଅଞ୍ଚଳରୋ
ଗତକାଲି କଟକ ଅଞ୍ଚଳର ଜଣେ ମହିଳା ବାଦାମବାଡ଼ିରୁ ଫଳ କିଣି ଘରକୁ ନେଇଥିଲେ। ଘରେ ପହଞ୍ଚିଲା ବେଳକୁ ଫଳ ଗୁଡ଼ିକ ପଚା ବାହାରିଥିଲା। ମହିଳା ଜଣଙ୍କ ଏହି ଫଳ ନେଇ ଦୋକାନୀ ପାଖକୁ ଆସିଥିଲେ। କାହିଁକି ପଚା ଫଳ ଦେଇଛ ବୋଲି ପ୍ରଶ୍ନ କରିଥିଲେ। ଏନେଇ ଦୋକାନୀ ଓ ମହିଳାଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ମହିଳା ଜଣଙ୍କ ଫଳ ଧରି ବାଦାମ ବାଡ଼ି ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଫଳ ଦୋକାନୀ ନାଁରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ୪ଜଣଙ୍କୁ ଗିରଫ କରିଥିଲା। ଏହାସହ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କଟକ ବାଦାମବାଡ଼ି ଅଞ୍ଚଳରେ ଭଲ ଫଳ ସ୍ଥାନରେ ଦୋକାନୀମାନେ ପଚା ଫଳ ବିକ୍ରି କରୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/F7nGviT
No comments:
Post a Comment