ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍‌ ସିଇଓ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 16, 2023

ଭାରତୀୟ ବଂଶୋଭବ ନୀଲ ମୋହନ ହେବେ ୟୁ-ଟ୍ୟୁବ୍‌ ସିଇଓ 

ଗୁଗଲ, ଆଡୋବ, ପେପସି ପରେ ଏବେ ୟୁଟ୍ୟୁବର ସିଇଓ ହେବେ ଜଣେ ଭାରୟତୀ ବଂଶୋଭବ । YOUTUBEର ସିଇଓ ସୁସାନ୍ ବୋଜିକି ନିଜ ପଦରୁ ଇସ୍ତଫା ଦେବା ପରେ ଚିଫ୍ ପ୍ରଡକ୍ଟ ଅଫିସର ଥିବା ନୀଲ ମୋହନ ହେବେ ପରବର୍ତ୍ତି ସିଇଓ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।  

୯ ବର୍ଷ ଧରି YOUTUBEର ସିଇଓ ପଦରେ ରହିବା ପରେ ବ୍ୟକ୍ତିଗତ କାରଣ ପାଇଁ ପଦ ଛାଡ଼ିଛନ୍ତି ସୁସାନ୍ । ଭାରତୀୟ ବଂଶୋଭବ ନୀଳ ଜଣେ ଆମେରିକାନ୍ ଟେକ୍ ଜିଆଣ୍ଟ । କାଲିଫୋର୍ଣ୍ଣିଆସ୍ଥିତ ଷ୍ଟାଟଫୋଡ୍ ୟୁନିଭର୍ସିଟିରୁ ଇଲେକଟ୍ରିକ୍ ଇଞ୍ଜିନିୟରିଂ କରିବା ପରେ ମାଇକ୍ରୋସଫ୍ଟରେ ଇଣ୍ଟନସିପ୍‌ କରିଥିଲେ ନୀଲ ମୋହନ।

୨୦୦୮ରେ ସେ ଗୁଗୁଲରେ ଯୋଗ ଦେଇଥିଲୋ ଗୁଗଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ନୀଲ । ୟୁଟ୍ୟୁବକୁ ଗୁଗଲ ଅକ୍ତିଆର କରିବା ପରେ ୨୦୧୫ରେ ସେ ଏହାର ଚିଫ୍ ପ୍ରଡକ୍ଟ ଅଫିସର ହୋଇଥିଲେ । ତାଙ୍କ ସମୟରେ ୟୁଟ୍ୟୁବରେ ଟିଭି, ମ୍ୟୁଜିକ, ପ୍ରିମିୟମ୍ ଓ ବହୁଳ ପ୍ରସାରିତ SHOORTS ର ଆରମ୍ଭ ହୋଇଥିଲା ।

YOUTUBEର ସିଇଓ ପଦ ପାଇବା ପରେ ନୀଲ ମୋହନ ଟ୍ୱିଟ କରି କହିଛନ୍ତି, ଏହି ମହତ୍ୱପୂର୍ଣ୍ଣ ମିଶନ ଜାରି ରଖିବାକୁ ଉତ୍ସାହିତ ଅଛି ଓ ଏକ ନୂଆ ସୁନ୍ଦର ଭବିଷ୍ୟତ ଆଶା କରୁଛି। ସୁସାନ ବୋଜିକ ଆପଣଙ୍କୁ ବହୁତ ଧନ୍ୟବାଦ । ଆପଣଙ୍କ ସହ ଦୀର୍ଘ ବର୍ଷ କାମ କରିବା ସମୟରେ ବହୁ କିଛି ଶିଖିବାକୁ ମିଳିଛି। ଆପଣ ଦର୍ଶକଙ୍କ ନିମନ୍ତେ ୟୁ-ଟୁବକୁ ଏକ ଅସାଧାରଣ ଘର ରୂପେ ଗଢ଼ି ତୋଳିଛନ୍ତି।

ଗୁଗୁଲରୁ ସେ ଚଳିତ ବର୍ଷ ୭ ବିଲିୟନ ଡଲାର ରୋଜଗାର କରିଥିବା ଅନୁମାନ କରାଯାଉଛି। ଏକ ଆନ୍ତର୍ଜାତୀକ ପତ୍ରିକାରେ ବାହାରିଥିବା ରିପୋର୍ଟ ଅନୁଯାୟୀ, ନୀଲ ମୋହନଙ୍କୁ ଟ୍ୱିଟରର ଏକ ଉଚ୍ଚପଦସ୍ଥ ପଦ ଅଫର ହୋଇଥିଲା। ମାତ୍ର ଏହାକୁ ସ୍ୱୀକାର ନ କରିବା ନିମନ୍ତେ ଗୁଗୁଲ ତରଫରୁ ତାଙ୍କୁ ଶହେ ମିଲିୟନ ଡଲାର ବୋନସ ରୂପେ ମିଳିଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/g7P8taZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages