ଭାଇ ବିବାହ କାର୍ଡରେ ନାଁ ନ ଥିବାରୁ ଆଖିବୁଜା ଗୁଳି ଚଳାଇଲେ ଯୁବକ, ୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 13, 2023

ଭାଇ ବିବାହ କାର୍ଡରେ ନାଁ ନ ଥିବାରୁ ଆଖିବୁଜା ଗୁଳି ଚଳାଇଲେ ଯୁବକ, ୩ ଗୁରୁତର

ସାଧାରଣତଃ ବିବାହ କାର୍ଡରେ ବରକନ୍ୟାଙ୍କ ନାଁକୁ ବାଦ ଦେଇ ତଳେ କିଛି ବନ୍ଧୁ, ସମ୍ପର୍କୀୟଙ୍କ ନାଁ ବି ରହିଥାଏ। ଏହା ଏକ ଔପଚାରିକତା ହୋଇଥିବା ବେଳେ ଏହାକୁ କେହି ଗୁରୁତର ସହ ନେଇ ନ ଥାନ୍ତି। ମାତ୍ର ଜଣେ ଯୁବକଙ୍କ ବିବାହ କାର୍ଡରେ ନାଁ ନ ଥିବାରୁ ରାଗି ନିଆଁ ବାଣ ହୋଇଛନ୍ତି ତାଙ୍କ ଦାଦା ପୁଅ ଭାଇ। ଏପରିକି ବନ୍ଧୁବାନ୍ଧବରେ ଫାଟି ପଡ଼ୁଥିବା ଯୁବକଙ୍କ ଘରକୁ ଯାଇ ଆଖି ବୁଜା ଗୁଳି ଚଳାଇଛନ୍ତି। ଏଥିରେ ଘଟଣାସ୍ଥଳରେ ଉପସ୍ଥିତ ୩ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅସ୍ୱାଭାବିକ ଘଟଣା ୟୁପିର କାନପୁରରେ ଘଟିଛି।

ବର ହୋଇଥିବା ଋଷଭ ନାମକ ଯୁବକଙ୍କ ମା’ଙ୍କ କହିବାନୁଯାୟୀ, ମୋ’ ପୁଅର ବିବାହ କାର୍ଯ୍ୟରେ ଆମେ ବ୍ୟସ୍ତ ଥିଲୁ। ବିବାହ ସରିବା ପରେ ପୁଅ ବୋହୂ ଘରକୁ ଫେରିଥିଲେ। ସେମାନଙ୍କୁ ଦେଖିବାକୁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା।

ଏହି ସମୟରେ ହଠାତ୍‌ ପୁତୁରା ଅମର ସିଂ ଆମ ଘରେ ପହଞ୍ଚିଥିଲା। ଏହାପରେ ସେ ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଲା। ଏହାକୁ ଅନ୍ୟମାନେ ବିରୋଧ କରିବାରୁ ସେ ନିଜ ପକେଟରେ ରଖିଥିବା ଏକ ବନ୍ଧୁକରୁ ଆଖି ବୁଜା ଗୁଳି ଚଳାଇବାକୁ ଲାଗିଳା। ଏହି ଗୁଳି ଘରେ ଉପସ୍ଥିତ ଥିବା ୩ ଜଣଙ୍କ ଶରୀରରେ ବାଜିଛି। ଏହା ପୂର୍ବରୁ ସେ ବିବାହ ସ୍ଥଳକୁ ଯାଇ ସେଠାରେ ବି ଗଣ୍ଡଗୋଳ କରିଥିଲା। 

ଅମରର ପରିବାର ସହ ଆମର କୌଣସି ପୂର୍ବ ଶତ୍ରୁତା ନାହିଁ। କେବଳ ପୁଅ ବିବାହ କାର୍ଡରେ ତା’ ନାଁ ନ ଥିବାରୁ ସେ ଏପରି କାଣ୍ଡ ଘଟାଇଛି ବୋଲି କହିଛନ୍ତି ଋଷଭଙ୍କ ମା’ ।

ଗୁଳି ଋଷଭଙ୍କ ସାଙ୍ଗଙ୍କ ଗୋଡ଼ରେ ଲାଗିଥିବା ବେଳେ ଅମରଙ୍କୁ ସେମାନେ ଚିହ୍ନି ନ ଥିବା ବେଳେ ସେ କାହିଁକି ଗୁଳି ଚଳାଇଲା ଜାଣି ନ ଥିବା କହିଛନ୍ତି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ତଲାସୀ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/rOaUzvX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages