ଦୁର୍ଘଟଣା ପରେ ବାଇକ୍ରେ ନିଆଁ ଲାଗି ଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଯୁବକ। ଏପରି ଅଭାବନୀୟ ଘଟଣା କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ। ମୃତକ ଦ୍ୱୟ ଦେଲେ ରାଜେଶ ଦାସ ଓ ଇଶାନ ସାହୁ। ସେମାନଙ୍କ ଘର ତିର୍ତ୍ତୋଲର ରାହାମା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ତିର୍ତ୍ତୋଲରୁ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ମିକ୍ସର ମେସିନ୍ଟି କନ୍ଦରପୁର ଟୋଲଗେଟ୍ରେ ଅଟକି ଟୋଲ ଫି ଦେଉଥିଲା। ତିର୍ତ୍ତୋଲର ପଟରୁ ଏକ ବାଇକ୍ ଦ୍ରୁତ ଗତିରେ ଆସି ମିକ୍ସର ମେସିନ୍ର ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବାଇକ୍ରେ ନିଆଁ ଲାଗି ଯାଇଥିଲା। ୨ଯୁବକ ଜୀବନ୍ତ ଜଳି ଯାଇଥିଲେ। କନ୍ଦରପୁର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ପରେ ୨ଜଣଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କନ୍ଦରପୁର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏହାସହ ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ମିକ୍ସର ମେସିନକୁ ଜବତ କରିଛି। ମିକ୍ସର ମେସିନ ଡ୍ରାଇଭର ଓ ହେଲପରର କିଛି ହୋଇ ନାହିଁ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ya7UHzs
No comments:
Post a Comment