ଆମେରିକା ଆକାଶରେ ଚାଇନାର ‘ଗୁଇନ୍ଦା ବେଲୁନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 2, 2023

ଆମେରିକା ଆକାଶରେ ଚାଇନାର ‘ଗୁଇନ୍ଦା ବେଲୁନ’

ନୂଆ ଉପାୟରେ ଗୁଇନ୍ଦାଗିରି ଆରମ୍ଭ କରିଛି ଚାଇନା। ଆମେରିକାର ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଅଞ୍ଚଳର ତଥ୍ୟ ହାସଲ କରିବା ପାଇଁ ଗୁଇନ୍ଦା ବେଲୁନ ପଠାଇଛି ଚାଇନା। ଆମେରିକା ଆକାଶରେ ବୁଲିବୁଲି ଏହି ବେଲୁନ ତଥ୍ୟ ସଂଗ୍ରହ କରୁଛି। ବିଶେଷ କରି ସବୁଠାରୁ ସମ୍ବେଦନଶୀଳ ପରମାଣୁ ଅସ୍ତ୍ରଶସ୍ତ୍ରର ତଥ୍ୟ ସଂଗ୍ରହ କରିବାକୁ ଚାଇନା ବେଲୁନ ପଠାଇଛି। ତେବେ ଆମେରିକା ସୁରକ୍ଷାକର୍ମୀ ଚାଇନାର ଗୁଇନ୍ଦା ବେଲୁନକୁ ଟ୍ରାକ କରିଛନ୍ତି। କିନ୍ତୁ ଏହାକୁ ନଷ୍ଟ କରାଯାଇନି ବୋଲି ପେଣ୍ଟାଗନ ସମସ୍ତଙ୍କୁ ଅବଗତ କରାଇଛି।

ପେଣ୍ଟାଗନ କହିଛି ଯେ ଆମେରିକାର ଉତ୍ତରପଶ୍ଚିମ ଆକାଶରେ ଚାଇନାର ଗୁଇନ୍ଦା ବେଲୁନଟି ରହିଛି। ଏଠାରେ ଦେଶର ଗୁରୁତ୍ୱପୂର୍ଣ୍ଣ ଏୟାରବେସ୍‌ ଓ ରଣନୀତି ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମିସାଇଲ ରହିଛି। ବେଲୁନଟି ଯେଉଁଭଳି ଭାବେ ରହିଛି, ସେଥିରୁ ସ୍ପଷ୍ଟ ଭାବେ ଅନୁମେୟ ଯେ ଏହା ସର୍ଭେଲାନ୍ସ ପାଇଁ ଆସିଛି। ଏହା ଏକାଧିକ ଗୁରୁତ୍ୱପୂର୍ଣ୍ଣ ସାଇଟ୍‌ ଦେଇ ଗତି କରିଛି।

ତେବେ ଏହି ବେଲୁନ ସେମିତି କିଛି ବିପଦ ସୃଷ୍ଟି କରିବାକୁ ସକ୍ଷମ ହୋଇନି। କାରଣ ଆମେରିକା ଆକାଶରେ ପ୍ରବେଶ କରିବା ଦିନ ଠାରୁ ସୁରକ୍ଷାକର୍ମୀ ଏହାକୁ ଟ୍ରାକ୍‌ କରିବାରେ ଲାଗିଛନ୍ତି। କିଛି ଦିନ ତଳେ ହେଁ ଏହା ଆମେରିକା ଆକାଶରେ ପ୍ରବେଶ କରିଥିଲା। ପ୍ରବେଶ କରିବା ଦିନଠାରୁ ସୁରକ୍ଷାକର୍ମୀମାନେ ଏହା ଉପରେ ନଜର ରଖିଛନ୍ତି।

ଆମେରିକା ଆକାଶରେ ପ୍ରବେଶ କରିବା ପରେ ରାଷ୍ଟ୍ରପତି ଜୋ ବାଇଡେନ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ ଓ ବରିଷ୍ଠ ସେନା ଅଧିକାରୀଙ୍କ ସହ ବୈଠକ କରିଥିଲେ। ଏଥିସହ ଗୁଇନ୍ଦା ବେଲୁନକୁ ଗୁଳି କରି ଖସାଇ ଦେବାକୁ କହିଥିଲେ। ବର୍ତ୍ତମାରନ ଫିଲିପାଇନ୍ସରେ ଥିବା ଅଷ୍ଟିନ ପେଣ୍ଟାଗନର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ଏ ସମ୍ପର୍କରେ କଥା ହୋଇଥିଲେ।

କିନ୍ତୁ ତଳେ ରହୁଥିବା ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ବେଲୁନକୁ ଗୁଳି କରିବା ଠିକ ହେବନି ବୋଲି କିଛି ସେନା ଅଧିକାରୀ ମତ ରଖିଛନ୍ତି। ସେହିପରି ବ୍ୟବସାୟିକ ବିମାନ ଚଳାଚଳ ପାଇଁ ମଧ୍ୟ ବେଲୁନ ଆଦୌ ବିପଦ ସୃଷ୍ଟି କରୁନି। କାରଣ ଏହା ଅତ୍ୟନ୍ତ ଉଚ୍ଚରେ ଉଡ଼ୁଛି। ତେଣୁ ସୁରକ୍ଷାକର୍ମୀମାନେ ବେଲୁନକୁ ନ ଖସାଇ କେବଳ ଏହାକୁ ଟ୍ରାକ୍‌ କରିବାକୁ ନିଷ୍ପତ୍ତି ନେଇଥିବା ଜଣେ ଅଧିକାରୀ କହିଛନ୍ତି।

ଏହାପୂର୍ବରୁ ମଧ୍ୟ ଚାଇନା ଗୁଇନ୍ଦାଗିରି ପାଇଁ ଏପରି ବେଲୁନ ପଠାଇବାର ନଜିର ରହିଛି। ହେଲେ ଚାଇନାକୁ ତଥ୍ୟ ସଂଗ୍ରହରେ ବିଶେଷ ସଫଳତା ମିଳି ନଥିବା କୁହାଯାଉଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sovlNTL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages