ଘଞ୍ଚ ଜଙ୍ଗଲରେ ପାଠ ପଢ଼ିଲେ ଫରେଷ୍ଟ ଗାର୍ଡ, ଦେଖିଲେ କେସ୍‌ ଷ୍ଟଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 2, 2023

ଘଞ୍ଚ ଜଙ୍ଗଲରେ ପାଠ ପଢ଼ିଲେ ଫରେଷ୍ଟ ଗାର୍ଡ, ଦେଖିଲେ କେସ୍‌ ଷ୍ଟଡି

ଚାରିଆଡ଼େ ଘଞ୍ଚ ଜଙ୍ଗଲ। ମଝିରେ ହେଲା ପାଠପଢ଼ା। ମିଳିଲା ପ୍ରାକ୍ଟିକାଲ ଜ୍ଞାନ। ଦେଖିଲେ କେସ୍‌ ଷ୍ଟଡି। ଏପରି ପାଠପଢ଼ା ଭବିଷ୍ୟତରେ ଖୁବ୍‌ ସହାୟକ ହେବ ବୋଲି କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡ କହିଛନ୍ତି। ହାତୀଙ୍କ ବିଷୟରେ ପ୍ରାକ୍ଟିକାଲ ଜ୍ଞାନ ଆହରଣ କଲେ । ସେମାନଙ୍କ ଆଚରଣ, ବ୍ୟବହାର, ସେମାନଙ୍କ ଆକ୍ରମଣାତ୍ମକ ମନୋଭବା ସମ୍ପର୍କରେ ଜାଣିବା ସହ ଏକ ମୃତ ହାତୀ ଛୁଆର ବ୍ୟବଚ୍ଛେଦ ବି ଦେଖିବାକୁ ପାଇଲେ। ଏସବୁ ଦୃଶ୍ୟ ଗତକାଲି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଅଧିନ କଳାପାଟ ସଂରକ୍ଷିତ ଜଙ୍ଗଲରେ ଦେଖିବାକୁ ମିଳିଛି।

କେନ୍ଦୁଝର ଜିଲ୍ଲାରେ ନୂତନ ଭାବେ ନିୟୋଜିତ ହୋଇଛନ୍ତି ୨୩ ଫରେଷ୍ଟ ଗାର୍ଡ । ଏହି ଫରେଷ୍ଟ ଗାର୍ଡଙ୍କୁ ହାତୀଙ୍କ ବିଷୟରେ ପ୍ରାକ୍ଟିକାଲ ଜ୍ଞାନ ଦେବାକୁ ଗତକାଲି ଜଙ୍ଗଲରେ ପାଠ ପଢ଼ାଇଲେ ଡିଏଫଓ।

ଗତକାଲି ଏହି ଜଙ୍ଗଲରେ ବର୍ଷକର ଏକ ଛୁଆ ହାତୀ ର ଗଳିତ ମୃତଦେହ ଠାବ ହୋଇଥିଲା । ମୃତ ହାତୀ ଛୁଆଟି ଏକ ୩୫ ଟିକିଆ ହାତୀ ଦଳରେ ରହିଥିଲା । ଦଳରେ ଥିବା ଏକ ଦନ୍ତା ଆକ୍ରମରେ ଛୁଆ ହାତୀଟିର ମୃତ୍ୟୁ ହୋଇଥିଲା । ମୃତ ହାତୀକୁ କିପରି ବ୍ୟବଚ୍ଛେଦ କରାଯାଏ, ହାତୀ ମୃତ୍ୟୁର କାରଣ କିପରି ଜଣା ପଡ଼ିବ, ତାହା ଉପରେ ଶିକ୍ଷା ଦିଆଯାଇଥିଲା।

କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜ ହାତୀଙ୍କ ବିଭିନ୍ନ ପ୍ରକାର ଆଚରଣ ତଥାଳ ସେମାନଙ୍କ ବ୍ୟବହାର ଉପରେ ଫରେଷ୍ଟ ଗାର୍ଡମାନଙ୍କୁ ବିସ୍ତୃତ ସୂଚନା ଦେଇଥିଲେ। ଏହାବାଦ ହାତୀଙ୍କ ସୁରକ୍ଷା, ପରିବେଶ ସହିତ ସେମାନଙ୍କ ସମ୍ପର୍କ ତଥା ମୃତ୍ୟୁ କାରଣ ଜାଣିବାର ଉପାୟ ସମ୍ପର୍କ ଉପରେ ସୂଚନା ଦେଇଥିଲେ।

ଏହି କେସ ଷ୍ଟଡିରେ ବହୁତ କିଛି ଶିଖିବାକୁ ମିଳିଥିବା ନୂତନ ଭାବେ ନିଯୁକ୍ତି ପାଇଥିବା ଫରେଷ୍ଟ ଗାର୍ଡମାନେ ପ୍ରକାଶ କରିଛନ୍ତି । ନବନିଯୁକ୍ତ ଫରେଷ୍ଟ ଗାର୍ଡଙ୍କ ମଧ୍ୟରେ ବହୁ ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଥିବାରୁ ଏ ଶିକ୍ଷା ଭବିଷ୍ୟତରେ ସେମାନଙ୍କୁ ଦକ୍ଷ ଭାବେ କାମ କରିବାକୁ ସୁଯୋଗ ଆଣିଦେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/roA7Ezb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages