ବିବାହ ପୂର୍ବ ଦିନ ଅଘଟଣ; ମଥାରେ ସିନ୍ଦୂର ଦେବା ଆଗରୁ ଚାଲିଗଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 10, 2023

ବିବାହ ପୂର୍ବ ଦିନ ଅଘଟଣ; ମଥାରେ ସିନ୍ଦୂର ଦେବା ଆଗରୁ ଚାଲିଗଲା ପ୍ରେମିକ

ଜୀବନକୁ ଫିକା କରିଦେଲା ହୋଲିର ରଙ୍ଗ । ହୋଲି ପରଦିନ ପଡ଼ିଥାନ୍ତା ହାତଗଣ୍ଠି । ମଥାରେ ସିନ୍ଦୂର ଦେଇ ନିଜର କରିଥାନ୍ତା ପ୍ରେମିକ । ମାତ୍ର ହୋଲି ଦିନ ଘଟିଲା ଅଘଟଣ । ନିଜ ଦେହରୁ ହୋଲି ରଙ୍ଗ ଛଡ଼ାଇବାକୁ ଜୋରକୁ ଯାଇଥିବା ପ୍ରେମିକ ଆଉ ସେଠୁ ଉଠି ଆସି ପାରିଲା ନାହିଁ। ଫଳରେ ଆରମ୍ଭ ହେବା ପୂର୍ବରୁ ଉଜୁଡ଼ିଗଲା ସଂସାର। ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ କୋହ ସମ୍ଭାଳି ପାରୁ ନ ଥିବା ବେଳେ ପ୍ରେମିକା ଆଖିରୁ ଶୁଖୁନି ଲୁହ। ଏପରି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଜଗନ୍ନାଥପୁର ଗାଁରେ ଘଟିଛି।

ମୃତକ ହେଲେ ଜଗନ୍ନାଥପୁର ଗାଁର ନିଶା ବେହେରା । ନିଶା ପୂର୍ବରୁ ଜଣେ ଯୁବତୀଙ୍କୁ ଭଲ ପାଉଥିବା ବେଳେ ତାଙ୍କୁ ବିବାହ କରାଇବା ନିମନ୍ତେ ପରିବାର ଲୋକଙ୍କୁ ରାଜି କରାଇଥିଲେ। ଏପରିକି ଯୁବତୀଜଣକ ଆସି ନିଶାଙ୍କ ଘରେ ରହୁଥିଲେ। ହୋଲି ପରଦିନ ପଡ଼ିଥାନ୍ତା ହାତଗଣ୍ଠି।

ମାତ୍ର ହୋଲି ଦିନ ରଙ୍ଗ ଖେଳି ସାରିବା ପରେ ଏକ ଛୋଟ ଛୁଆ ସହ ନିକଟସ୍ଥ ଚୁଆକୁ ଗାଧୋଇବାକୁ ଯାଇଥିବା ନିଶା ଆଉ ପାଣିରୁ ଉଠି ପାରି ନ ଥିଲେ। କୁନି ପିଲାଟି ଦୌଡ଼ି ଆସି ପରିବାର ଲୋକଙ୍କୁ ଘଟଣା ଜଣାଇଥିଲା।

ପରିବାର ଲୋକେ ତୁରନ୍ତ ଜୋରରୁ ନିଶାଙ୍କୁ ଉଦ୍ଧାର କରି ଅନୁଗୋଳ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରାତି ପାହିଲେ ପୁଅ ବାହାଘର ହୋଇଥାନ୍ତା, ଘରକୁ ବୋହୂ ଆସିଥାନ୍ତା। ମାତ୍ର ବିଧିର ବିଧାନ କିଛି ଅଲଗା ଥିଲା। ବିବାହ ପୂର୍ବ ଦିନ ହିଁ ପୁଅର କୋକେଇ ଉଠିବାରୁ ପରିବାର ଲୋକ ନିଜ ଧୈର୍ଯ୍ୟ ରଖି ପାରି ନ ଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Qy0OE7d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages