ବିବାହ ଭୋଜିରୁ ଫେରୁଥିଲେ ୨ ଯୁବକ, ଗଛରେ ପିଟି ହେଲା ବାଇକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 10, 2023

ବିବାହ ଭୋଜିରୁ ଫେରୁଥିଲେ ୨ ଯୁବକ, ଗଛରେ ପିଟି ହେଲା ବାଇକ୍‌

ବିବାହ ଭୋଜିରୁ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ ୨ ଯୁବକ। ମାତ୍ର ବୁଲାଣି ରାସ୍ତାରେ ଗଛରେ ପିଟି ହେଲା ବାଇକ୍‌। ଫଳରେ ଅକାଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ତୁଡ଼ିପାଜୁ ନିକଟରେ ଘଟିଛି। ମୃତ ଯୁବକଙ୍କ ନାମ ରୋହିତ କହଁର ଏବଂ ଆହତ ଯୁବକଙ୍କ ନାମ ସାଇବନ କହଁର । ଉଭୟଙ୍କ ଘର ସମାପାଜୁ ଗ୍ରାମରେ ବୋଲି ଜଣାପଡ଼ିଛି।

ଉଭୟ ରୋହିତ ଓ ସାଇବନ ରାମାଡ଼ି ଗ୍ରାମର ଏକ ଭୋଜି କାର୍ଯ୍ୟରେ ଯୋଗ ଦେଇ ବାଇକରେ ନିଜ ଘରକୁ ଗତକାଲି ବିଳମ୍ବିତ ରାତିରେ ଫେରୁଥିଲେ। ମାତ୍ର ତୁଡ଼ିପାଜୁ ଗ୍ରାମ ନିକଟ ବୁଲାଣି ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେଲା।

ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରୋହିତଙ୍କୁ ମୃତ ଘୋଷଣା କରିଥିବା ବେଳେ ସାବନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ChKPozI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages