ବାଳିକା ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି, ୧୧ ଛାତ୍ରୀ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 2, 2023

ବାଳିକା ଆଶ୍ରମ ବିଦ୍ୟାଳୟରେ ଝାଡାବାନ୍ତି, ୧୧ ଛାତ୍ରୀ ଆକ୍ରାନ୍ତ

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତିରେ ୧୧ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ୧୧ଜଣ ଆକ୍ରାନ୍ତ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତ ୨୮ ତାରିଖରେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଥିଲା। ଉତ୍ସବରେ ଭୋଜି ଭାତର ଆୟୋଜନ କରାଯାଇଥିଲା। ପିଲାମାନେ ଭୋଜିରେ ଚିକେନ ଓ ଭାତ ଖାଇଥିଲେ। ବୁଧବାର ରାତିରେ ବିଦ୍ୟାୟଳରେ ଅଣ୍ଡା ତରକାରୀ ହୋଇଥିଲେ। ପିଲାମାନେ ମଧ୍ୟ ଅଣ୍ଡା ତରକାରୀ ଖାଇଥିଲେ। ରାତ୍ରି ଭୋଜନ ଖାଇବା ପରେ ପ୍ରଥମେ କିଛି ଛାତ୍ରୀଙ୍କୁ ବାନ୍ତି ହୋଇଥିଲା। ଆଉ କିଛି ଛାତ୍ରୀଙ୍କୁ ଝାଡ଼ା,ବାନ୍ତି ଓ ମୁଣ୍ଡ ଘୁରାଇଥିଲା। ୬ଜଣ ଛାତ୍ରୀଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା। ଛାତ୍ରୀମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନେ ଏବେ ସୁସ୍ଥ ଥିବା ଜଣାଯାଇଛି। ମେଡିକାଲ ଟିମ୍‌ ସ୍କୁଲରେ ପହଞ୍ଚି ଅନ୍ୟ ଅନ୍ୟ ଅସୁସ୍ଥ ଛାତ୍ରୀମାନଙ୍କ ଚିକିତ୍ସା କରିଥିଲେ।

ଫୁଡ୍‌ ପଏଜନ୍‌ ହେବା ଯୋଗୁ ପିଲାମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OClruJL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages