ରାସ୍ତା ଉପରେ ଜୀବନ ସହ ଖେଳ ମହଙ୍ଗା ପଡ଼ିଲା, ୪ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 2, 2023

ରାସ୍ତା ଉପରେ ଜୀବନ ସହ ଖେଳ ମହଙ୍ଗା ପଡ଼ିଲା, ୪ ଗୁରୁତର

ରାସ୍ତା ଉପରେ ଜୀବନ ସହ ଚାଲିଥିବା ଖେଳ ମହଙ୍ଗା ପଡ଼ିଲା। କିଏ କାହାକୁ ମାତ ଦେଇପାରିବ, ସେଥିପାଇଁ ଘାରିଥିଲା ଓଭରଟେକ ନିଶା। କେତେବେଳେ ଜଣେ ଆଗକୁ ଯାଉଥିବା ବେଳେ ଅନ୍ୟ ଜଣେ ଦ୍ରୁତ ଗତିରେ ଆସି ତାକୁ ଓଭରଟେକ କରିବାକୁ ପଛାଉ ନ ଥିଲା। ୨ ବାଇକ୍‌ ଚାଳକଙ୍କ ମଧ୍ୟରେ ଏପରି ବିପଦପୂର୍ଣ୍ଣ ରେସ୍‌ ଚାଲିଥିବା ବେଳେ ସାମନା ପଟୁ ଆସୁଥିବା ଏକ ବାଇକ୍‌ ଉଭୟଙ୍କୁ ପିଟିଥିଲା। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।  ଏପରି ମର୍ମନ୍ତୁଦ ଦୁର୍ଘଟଣା ଗତ ରାତିରେ ଖୋର୍ଦ୍ଧା- ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ଖୁଣ୍ଟବନ୍ଧ ଗ୍ରାମଠାରେ ଘଟିଛି।

ଗୁରୁତରମାନେ ହେଲେ ବୁଟୁପାଲିର ସରୋଜ ମେହେର, ବିରନରସିଂପୁରର ଜଗା ବେହେରା, ଜହ୍ନାପଙ୍କ ଗ୍ରାମର ଦୁଃଖନାସକ ଦାସ ଓ ବନମାଳୀ ଦୋରା ।

ଗତ ରାତିରେ ଜହ୍ନାପଙ୍କରୁ ବୌଦ୍ଧ ଅଭିମୁଖେ ଯାଉଥିବା ଦୁଇଟି ବାଇକ୍‌ ପରସ୍ପରକୁ ଓଭରଟେକ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଉଭୟ ଦ୍ରୁତ ଗତିରେ ଯାଉଥିବା ବେଳେ ସାମନା ପଟୁ ଆସୁଥିବା ଅନ୍ୟ ଏକ ବାଇକ୍‌ ସହ ସେମାନଙ୍କର ଧକ୍‌କା ହୋଇଥିଲା।

ଏହି ଦୁର୍ଘଟଣାରେ ସମୁଦାୟ ୪ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ଉଦ୍ଧାର କରାଯାଇ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ସରୋଜ ମେହେର ଓ ଜଗା ବେହେରାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍‌ଗୁଡ଼ିକୁ ଜବତ କରିଥିବା ବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Tk29Z0W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages