ଆଜି ଉତ୍କଳ ଦିବସ,ବରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 31, 2023

ଆଜି ଉତ୍କଳ ଦିବସ,ବରପୁତ୍ର ମାନଙ୍କୁ ମନେ ପକାଉଛନ୍ତି ରାଜ୍ୟବାସୀ

ଆଜି ଏପ୍ରିଲ ପହିଲା ଉତ୍କଳ ଦିବସ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି ରାଜ୍ୟବାସୀ।ସ୍ୱତନ୍ତ୍ର ଉତ୍କଳ
ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ଆଜି ମନେ ପକାଉଛି ସାରା ରାଜ୍ୟ। ଉତ୍କଳମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ, ହରେକୃଷ୍ଣ ମହତାବ, ବ୍ୟାସକବି ଫକୀରମୋହନ ସେନାପତି, ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ପଣ୍ଡିତ ନୀଳକଣ୍ଠ ଦାସ, କବିବର ରାଧାନାଥ ରାୟ,ସ୍ୱଭାବ କବି ଗଂଗାଧର ମେହେର ଓ କର୍ମବୀର ଗୌରୀଶଙ୍କର ରାୟଙ୍କ ଉତ୍କଳ ଦିବସ ଗଠନରେ ଅବଦାନ ଅବିସ୍ମରଣୀୟ।

ଉତ୍କଳ ଦିବସ ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇପଡିଛି। ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର,ସମ୍ବଲପୁର, ରାଉରକେଲା ସହ ଅନ୍ୟ ସମସ୍ତ ପ୍ରାୟ ସହରରେ ଉତ୍କଳ ଦିବସ ପାଳନ ଲାଗି ବ୍ୟାପକ ଆୟୋଜନ ହୋଇଛି। ବରେଣ୍ୟ ବରପୁତ୍ରଙ୍କୁ ଉତ୍କଳ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ସେହିପରି ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

ଉତ୍କଳ ଦିବସ ପାଇଁ ରାଜଧାନୀର ପ୍ରମୁଖ କୋଠାବାଡ଼ିକୁ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି। ଭିନ୍ନ ଭିନ୍ନ ରଂଗୀନ ଆଲୋକମାଳାରେ ଝଲସୁଛି କୋଠା ଗୁଡ଼ିକ। ଲୋକସେବା ଭବନ, ପୁଲିସ ସେବା ଭବନ, ବିଧାନ ସୌଧ, ରବୀନ୍ଦ୍ରମଣ୍ଡପକୁ ଆଖି ଝଲସା ଆଲୋକମାଳାରେ ସଜ୍ଜା ଯାଇଛି। ନାଲି, ନୀଳ, ହଳଦିଆ ଭଳି ଅନେକ ରଙ୍ଗର ସଜେଇ ହୋଇଛି ପୁରା ଭୁବନେଶ୍ୱର। 

ଅନ୍ୟପକ୍ଷରେ କୋଟିଆରେ ଉତ୍କଳ ଦିବସ ପାଳନ ପାଇଁ ବିଜେପି ଓ ବିଜେଡି ପକ୍ଷରୁ ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ପଂଚାୟତର ଫାଟୁସିନେରୀ ଗସ୍ତ କରି ଲୋକମାନଙ୍କୁ ଭେଟିବେ। ଏହାପରେ କୋଟିଆରେ ଉତ୍କଳ ଦିବସ ପାଳନ କରିବେ। ଏଥିରେ ବିଜେପିର ଛଅ ଜଣ ବିଧାୟକ ସାମିଲ ହେବେ।

ସେହିପରି  ବିଜେଡି ବି କୋଟିଆ ପଞ୍ଚାୟତ ଗଞ୍ଜେଇପଦରରେ ଉତ୍କଳ ଦିବସ ପାଳନ କରିବ। ଏଥିରେ ଜିଲ୍ଲାର  ବିଜେଡି ବିଧାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝି ଓ  ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝି ଯୋଗଦେବେ ।

ଉତ୍କଳ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆରେ ଟ୍ୱିଟ୍ କରି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  ଏହାସହ  ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।  

 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UlistN7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages