ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ! କପିଲ ଶିବଲ କହିଲେ ଅଦ୍ଭୁତ ରାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 24, 2023

ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ! କପିଲ ଶିବଲ କହିଲେ ଅଦ୍ଭୁତ ରାୟ

ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହି ରାୟକୁ କଂଗ୍ରେସ ନିନ୍ଦା କରିଛି। ଏହି ରାୟ ତ୍ରୁଟିପୂର୍ଣ୍ଣ ଏବଂ ସ୍ଥାୟୀ ନୁହଁ କହି ଏହାକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ କହିଛି । ସେପଟେ କୋର୍ଟ ରାୟ ଆସିବା ପରେ ରାହୁଲ ଗାନ୍ଧିଙ୍କ ସଂସଦୀୟ ପଦ ତତ୍‌କ୍ଷଣାତ ରଦ୍ଦ ବିବେଚନା କରାଯିବ ବୋଲି ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ କହିଛନ୍ତି। ପୂର୍ବତନ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି ଯେ, ଏହା ହେଉଛି ଏକ ଅଦ୍ଭୁତ ରାୟ। ଏହି ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇ ପାରିବ। ୨୦୧୩ରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୌଣସି ଲୋକପ୍ରତିନିଧି ଦୋଷୀ ସାବ୍ୟସ୍ତ ହୋଇ ଅନୁନ୍ୟ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ତାଙ୍କ ସାଂସଦ କିମ୍ବା ବିଧାୟକ ପଦ ତୁରନ୍ତ ରଦ୍ଦ ହୋଇଯିବ ବୋଲି ରାୟ ଦେଇଥିଲେ। ଏହା ୬ ବର୍ଷ ପର୍ଯ୍ୟନ୍ତ କାଏମ ରହିବ।

୨୦୧୩ରେ ଏକ ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି କୌଣସି ସାଂସଦ କିମ୍ବା ବିଧାୟକ ଦୋଷୀ ସାବ୍ୟସ୍ତ ହୋଇ ଦୁଇ କିମ୍ବା ଅଧିକ ବର୍ଷ ଜେଲ ଦଣ୍ଡ ଘୋଷଣା ହୋଇଥାଏ ତେବେ ତାଙ୍କୁ ଗୃହର ସଦସ୍ୟତା ପଦ ହରାଇବେ ଏବଂ ନିର୍ବାଚିତ ଲୋକପ୍ରତିନିଧି ଭାବେ ଅଯୋଗ୍ୟ ବିବେଚନା କରାଯିବ। ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ଯେହେତୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି ତେଣୁ ତାଙ୍କ ପଦ ଆପେ ଆପେ ରଦ୍ଦ ବୋଲି ବିବେଚନା କରାଯିବ। କେବଳ ଲୋକସଭା ସଚିବାଳୟ ପକ୍ଷରୁ ଏହାକୁ ଔପଚାରିକ ଭାବେ ଘୋଷଣା ହେବାର ଅଛି। ଆପରାଧିକ ମାନହାନି ମାମଲାରେ ରାହୁଲ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୪୯ ଓ ୫୦୦ ବଳରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅପିଲ ପାଇଁ ତାଙ୍କୁ ଏହି ସମୟ ଦିଆଯାଇଛି। ତେବେ ଏହା ଏକ ଅସଙ୍ଗତ, ତ୍ରୁଟିପୂର୍ଣ୍ଣ ଏବଂ ଉପର କୋର୍ଟରେ ବଳବତ୍ତର ନ ରହିବା ଭଳି ରାୟ ବୋଲି କଂଗ୍ରେସ କହିଛି। ଏହି ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ଏହା ଉପରେ ଖୁବ୍‌ଶୀଘ୍ର ସ୍ଥଗିତାଦେଶ ଜାରି ସହ ରାୟକୁ ଖାରଜ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି। ସିଂଘଭି ଆହୁରି କହିଛନ୍ତି, ଗୁଜରାଟର ଟ୍ରାଏଲ୍‌ କୋର୍ଟଙ୍କ ୧୭୦ ପୃଷ୍ଠା ସମ୍ବଳିତ

ରାୟକୁ ଏଯାଏ ଅନୁବାଦ କରାଯାଇନାହିଁ। ଉକ୍ତ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ନ୍ୟାୟପାଳିକା ଉପରେ ଆମ ଭରସା ଅଛି। ଅନ୍ୟପକ୍ଷେ ରାହୁଲ ତାଙ୍କ ଅପିଲର ଶୁଣାଣି ନ ହେବା ଯାଏ ପାର୍ଲାମେଣ୍ଟକୁ ଯିବେ ନାହିଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ରାହୁଲ ସତ କହିଥିବାରୁ ସରକାର ତାଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି।

ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନିଜ ସଦସ୍ୟତା ହରାଇପାରନ୍ତି। ଉକ୍ତ ଆଇନର ଧାରା ୮(୩) ଅନୁଯାୟୀ ପାର୍ଲାମେଣ୍ଟର ଜଣେ ସଦସ୍ୟ ଅନୂ୍ୟନ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଦଣ୍ଡବିଧାନ ତାରିଖ ପରଠୁ ତାଙ୍କ ସଦସ୍ୟତା ରଦ୍ଦ ହେବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଏମ୍‌ପି ୩ ମାସ ମଧ୍ୟରେ ତଳ କୋର୍ଟ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ। ସୂଚନା ଅନୁଯାୟୀ, କଂଗ୍ରେସ ନେତା ରହୁଲ ଗାନ୍ଧି ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

ଏକ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏହି ରାୟକୁ କଂଗ୍ରେସ ନିନ୍ଦା କରିଛି। ଏହି ରାୟ ତ୍ରୁଟିପୂର୍ଣ୍ଣ ଏବଂ ସ୍ଥାୟୀ ନୁହଁ କହି ଏହାକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବ ବୋଲି କଂଗ୍ରେସ କହିଛି । ସେପଟେ କୋର୍ଟ ରାୟ ଆସିବା ପରେ ରାହୁଲ ଗାନ୍ଧିଙ୍କ ସଂସଦୀୟ ପଦ ତତ୍‌କ୍ଷଣାତ ରଦ୍ଦ ବିବେଚନା କରାଯିବ ବୋଲି ବରିଷ୍ଠ ଆଇନ୍‌ଜୀବୀମାନେ କହିଛନ୍ତି। ୨୦୧୩ରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କୌଣସି ଲୋକପ୍ରତିନିଧି ଦୋଷୀ ସାବ୍ୟସ୍ତ ହୋଇ ଅନୁନ୍ୟ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ତାଙ୍କ ସାଂସଦ କିମ୍ବା ବିଧାୟକ ପଦ ତୁରନ୍ତ ରଦ୍ଦ ହୋଇଯିବ ବୋଲି ରାୟ ଦେଇଥିଲେ। ଏହା ୬ ବର୍ଷ ପର୍ଯ୍ୟନ୍ତ କାଏମ ରହିବ।

୨୦୧୩ରେ ଏକ ରାୟରେ ସୁପ୍ରିମକୋର୍ଟ କହିଥିଲେ ଯେ, ଯଦି କୌଣସି ସାଂସଦ କିମ୍ବା ବିଧାୟକ ଦୋଷୀ ସାବ୍ୟସ୍ତ ହୋଇ ଦୁଇ କିମ୍ବା ଅଧିକ ବର୍ଷ ଜେଲ ଦଣ୍ଡ ଘୋଷଣା ହୋଇଥାଏ ତେବେ ତାଙ୍କୁ ଗୃହର ସଦସ୍ୟତା ପଦ ହରାଇବେ ଏବଂ ନିର୍ବାଚିତ ଲୋକପ୍ରତିନିଧି ଭାବେ ଅଯୋଗ୍ୟ ବିବେଚନା କରାଯିବ। ଆଇନ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରାହୁଲ ଗାନ୍ଧିଙ୍କୁ ଯେହେତୁ ୨ ବର୍ଷ ଜେଲ ଦଣ୍ଡ ହୋଇଛି ତେଣୁ ତାଙ୍କ ପଦ ଆପେ ଆପେ ରଦ୍ଦ ବୋଲି ବିବେଚନା କରାଯିବ। କେବଳ ଲୋକସଭା ସଚିବାଳୟ ପକ୍ଷରୁ ଏହାକୁ ଔପଚାରିକ ଭାବେ ଘୋଷଣା ହେବାର ଅଛି। ଆପରାଧିକ ମାନହାନି ମାମଲାରେ ରାହୁଲ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ଦଫା ୪୪୯ ଓ ୫୦୦ ବଳରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅପିଲ ପାଇଁ ତାଙ୍କୁ ଏହି ସମୟ ଦିଆଯାଇଛି। ତେବେ ଏହା ଏକ ଅସଙ୍ଗତ, ତ୍ରୁଟିପୂର୍ଣ୍ଣ ଏବଂ ଉପର କୋର୍ଟରେ ବଳବତ୍ତର ନ ରହିବା ଭଳି ରାୟ ବୋଲି କଂଗ୍ରେସ କହିଛି। ଏହି ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ଏହା ଉପରେ ଖୁବ୍‌ଶୀଘ୍ର ସ୍ଥଗିତାଦେଶ ଜାରି ସହ ରାୟକୁ ଖାରଜ କରାଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି। ସିଂଘଭି ଆହୁରି କହିଛନ୍ତି, ଗୁଜରାଟର ଟ୍ରାଏଲ୍‌ କୋର୍ଟଙ୍କ ୧୭୦ ପୃଷ୍ଠା ସମ୍ବଳିତ

ରାୟକୁ ଏଯାଏ ଅନୁବାଦ କରାଯାଇନାହିଁ। ଉକ୍ତ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରାଯିବ। ନ୍ୟାୟପାଳିକା ଉପରେ ଆମ ଭରସା ଅଛି। ଅନ୍ୟପକ୍ଷେ ରାହୁଲ ତାଙ୍କ ଅପିଲର ଶୁଣାଣି ନ ହେବା ଯାଏ ପାର୍ଲାମେଣ୍ଟକୁ ଯିବେ ନାହିଁ ବୋଲି କଂଗ୍ରେସ ସୂତ୍ରରୁ ପ୍ରକାଶ। ରାହୁଲ ସତ କହିଥିବାରୁ ସରକାର ତାଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି।

ଲୋକ ପ୍ରତିନିଧି ଆଇନ, ୧୯୫୧ ଅନୁସାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପାର୍ଲାମେଣ୍ଟରେ ନିଜ ସଦସ୍ୟତା ହରାଇପାରନ୍ତି। ଉକ୍ତ ଆଇନର ଧାରା ୮(୩) ଅନୁଯାୟୀ ପାର୍ଲାମେଣ୍ଟର ଜଣେ ସଦସ୍ୟ ଅନୂ୍ୟନ ୨ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ହେଲେ ଦଣ୍ଡବିଧାନ ତାରିଖ ପରଠୁ ତାଙ୍କ ସଦସ୍ୟତା ରଦ୍ଦ ହେବ। କେବଳ ଏତିକି ନୁହେଁ, ସମ୍ପୃକ୍ତ ଏମ୍‌ପି ଜେଲରୁ ମୁକୁଳିବାର ୬ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅଯୋଗ୍ୟତା ବଳବତ୍ତର ରହିବ। ତେବେ କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଏମ୍‌ପି ୩ ମାସ ମଧ୍ୟରେ ତଳ କୋର୍ଟ ରାୟକୁ ଉଚ୍ଚତର ଅଦାଲତରେ ଚ୍ୟାଲେଞ୍ଜ କରିପାରିବେ। ସୂଚନା ଅନୁଯାୟୀ, କଂଗ୍ରେସ ନେତା ରହୁଲ ଗାନ୍ଧି ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EAHj2Ko

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages