ରାତି ପାହିଲେ ଘାରୁଛି ଚିନ୍ତା; ପାଣି ଟୋପେ ପାଇଁ ଚଢ଼ିବାକୁ ପଡ଼ୁଛି ପାହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 23, 2023

ରାତି ପାହିଲେ ଘାରୁଛି ଚିନ୍ତା; ପାଣି ଟୋପେ ପାଇଁ ଚଢ଼ିବାକୁ ପଡ଼ୁଛି ପାହାଡ଼

ପାଣି ଟୋପେ ପାଇଁ ବର୍ଷ ସାରା ଚଢ଼ିବାକୁ ପଡ଼ୁଛି ପାହାଡ଼ । ପାହାଡ଼ି ଇଲାକାରେ ଅପହଞ୍ଚ ହୋଇ ପଡ଼ିଛି ପିଇବା ପାଣି। ଫଳରେ ଖରା ହେଉ କି ବର୍ଷା, ରାତି ପାହିଲେ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ। ବର୍ଷ ସାରା  ଏପରି ସମସ୍ୟା ସହ ସଂଘର୍ଷ ଜାରି ରଖିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକର ରୁଗୁଡ଼ି ସାହି ବାସିନ୍ଦା।  ସକାଳ ହେଲେ ହାଣ୍ଡି, ମାଠିଆ ଧରି ପାହାଡ଼ ଚଢ଼ି ସଂଗ୍ରହ କରୁଥିବା ଦୂଷିତ ନାଳ ପାଣିକୁ ହିଁ ସେମାନେ ପିଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ସବୁ ଜାଣି ବି ସେମାନଙ୍କ ଅସୁବିଧା ଦୂର କରିବାକୁ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ଆଣିଛନ୍ତି ଏହି ନୀରିହ ଆଦିବାସୀ।

ବଣପାହାଡ଼ ଘେରା ଇଲାକାରେ ପାହାଡ଼ ତଳେ ରହିଛି ରୁଗୁଡ଼ି ସାହି । ଏହି ସାହିରେ ପାଖାପାଖି ଶହେରୁ ଅଧିକ ଲୋକେ ବାସ କରନ୍ତି। ମାତ୍ର ଏତେ ସଂଖ୍ୟକ ଲୋକଙ୍କ ନିମନ୍ତେ ରହିଛି ଗୋଟିଏ ମାତ୍ର ନଳକୂପ । ଉକ୍ତ କୂପରୁ ଆବଶ୍ୟକ ପାଣି ବାହାରୁ ନ ଥିବା ବେଳେ ଯେତିକି ଆସୁଛି ତାହା ପୁଣି ହଳଦିଆ। ଫଳରେ ସେଥିରେ ରୋଷେଇ କରିବା ସମ୍ଭବପର ହୋଇପାରୁନି। କେବଳ ସେତିକି ନୁହେଁ, ଏହି ଗୋଟିଏ ନଳକୂପ ସମସ୍ତ ସାହିବାସିନ୍ଦାଙ୍କ ଆବଶ୍ୟକତା ପୂରଣ କରିବାକୁ ଯଥେଷ୍ଟ ହୋଇ ପାରୁନି।

ଫଳରେ ରାତି ପାହିଲେ ମୁଣ୍ଡରେ ଗରା, ମାଠିଆ ମୁଣ୍ଡାଇ ତଥା ପିଲାମାନଙ୍କୁ କାଖେଇ ମହିଳାମାନେ ପାଣି ପାଇଁ ପାହାଡ଼ ଚଢ଼ିବାକୁ ଯାଇଥାନ୍ତି। କେବଳ ମହିଳାମାନେ ନୁହନ୍ତି, ପୁରୁଷମାନେ ବି ବଡ଼ ବଡ଼ ପାତ୍ରକୁ ଭାରରେ ନେଇ ପାଣି ଆଣିବାକୁ ଯାଇଥାନ୍ତି। ପାହାଡ଼ ଉପରେ ବୋହି ଯାଇଥିବା ନାଳରୁ ସେମାନେ ପାଣି ସଂଗ୍ରହ କରିଥାନ୍ତି । ଏଥିନିମନ୍ତେ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ।

ଗାଁର ମହିଳା ଓ ପୁରୁଷମାନେ ବର୍ଷ ସାରା ସବୁଦିନ ପାହାଡ଼ ଚଢ଼ି ନାଳରୁ ପିଇବା ପାଣି ଆଣିଥାନ୍ତି। ଉକ୍ତ ପାଣି ଦୁଷିତ ହେଲେବି ତାହାକୁ ପିଇବାକୁ ଆମେ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଗ୍ରାମବାସୀ। ଉକ୍ତ ପାଣିରେ ଗାଇଗୋରୁ, ଛେଳି, କୁକୁଡ଼ା ମରିକି ପଡ଼ିଲେ ବି ଆମେ ତାହାକୁ ଆଣି ନିଜେ ପିଇବା ସହ ପିଲାମାନଙ୍କୁ ବି ଦେଉଛୁ ବୋଲି କ୍ଷୋଭର ସହ ସେମାନେ କହିଛନ୍ତି।

Water Problemମହିଳାମାନେ ପାହାଡ଼ ଉପର ନାଳରୁ ପିଇବା ପାଣି ସଂଗ୍ରହ କରୁଛନ୍ତି ।

ଏନେଇ ପୂର୍ବରୁ ବହୁ ଥର ବହୁ ଅଧିକାରୀଙ୍କୁ ଅଭିଯୋଗ କରି ସାରିଛୁ। ଉପଜିଲ୍ଲାପାଳଙ୍କୁ ବି ଲିଖିତ ଭାବେ ଜଣାଇଛୁ। ଏହାପରେ ୨ ଥର କିଛି ଲୋକ ଆସି ଉକ୍ତ ନଳକୂପକୁ ଠିକ୍‌ କରିଥିଲେ। ଏଥିନିମନ୍ତେ ସେମାନେ ଶହେ ଟଙ୍କା ବି ନେଇଛନ୍ତି। ହେଲେ କିଛି ଦିନ ପରେ ପୁଣି ଥରେ ପୂର୍ବ ଅବସ୍ଥା ଲାଗି ରହୁଛି । ଆମେ ପୁଣି ଥରେ ଉକ୍ତ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ଗ୍ରାମର ମହିଳାମାନେ ।

ତେଣୁ ସରକାର ଏହାର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେଇ ଉକ୍ତ ନଳକୂପକୁ ମରାମତି କରନ୍ତୁ, ନଚେତ ଏକ ନୂତନ ନଳକୂପ ତିଆରି କରନ୍ତୁ ବୋଲି ଗ୍ରାମବାସୀ ଦାବି ଜଣାଇଛନ୍ତି। ଏନେଇ କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ - ବଣାଇରୁ ରଞ୍ଜିତ ଚୌଧୁରୀ



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/EMkSD7P

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages