ମେଡିକାଲ ବେଡରେ ସ୍ୱାମୀ ଛଟପଟ; ପ୍ରେମିକ ସହ ସଂସାର ଗଢ଼ିଲା ପତ୍ନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 13, 2023

ମେଡିକାଲ ବେଡରେ ସ୍ୱାମୀ ଛଟପଟ; ପ୍ରେମିକ ସହ ସଂସାର ଗଢ଼ିଲା ପତ୍ନୀ

ଦିନେ ନିଜ ସ୍ୱାମୀଙ୍କୁ ମରଣ ମୁହଁରୁ ଫେରାଇ ଦେବାକୁ ଯମଙ୍କୁ ନେହୁରା ହୋଇଥିଲେ ସାବିତ୍ରୀ । ସ୍ୱାମୀଙ୍କ ପ୍ରତି ସାବିତ୍ରୀଙ୍କ ଭଲ ପାଇବା ଦେଖି ଯମ ବି ପଛଘୁଞ୍ଚା ଦେଇଥିଲେ। ହେଲେ ଏବେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ସ୍ୱାମୀ ମେଡିକାଲ ବେଡରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସ୍ତ୍ରୀ ଆଉ କାହା ହାତ ଧରି ଚମ୍ପଟ ମାରି ସାରିଛି। ଯେଉଁ ସମୟରେ ସ୍ୱାମୀର ସାହାରା ପାଲଟିବା କଥା, ସ୍ୱାମୀର ଲମ୍ବା ଆୟୁଷ ପାଇଁ ଦିଅଁ ମନାସିବା କଥା, ସେ ସମୟରେ ନିଜ ସ୍ୱାମୀ ପାଖରୁ ମୁହଁ ବୁଲାଇ ନେଇ ଅନ୍ୟ ସହ ଗଢ଼ିଛି ନୂଆ ସଂସାର। ଏପରି ଲଜ୍ଜାଜନକ ଘଟଣା ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଧୀନ ଗୋପିମୋହନପୁର ଅଞ୍ଚଳରେ ଘଟିଥିବା ବେଳେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୋପିମୋହନପୁର ଅଞ୍ଚଳର କୁଞ୍ଜ ବିହାରୀ ଦତ୍ତ ନାମକ ଯୁବକ ୨୦୨୦ ମସିହାରେ ବାଲିଆପାଳ ଥାନା କଟିସାହି ସୁନାରୁଇ ଅଞ୍ଚଳର ଦୀପିକା ରାଣି ରଞ୍ଜିତ ନାମ୍ନୀ ଯୁବତୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏବେ ୧୩ ମାସର ଏକ ଶିଶୁକନ୍ୟା ରହିଛି। ଉଭୟଙ୍କ ସୁନାର ସଂସାର ହସଖୁସିରେ ଚାଲିଥିବା ବେଳେ ହଠାତ୍‌ ଘୋଟି ଆସିଲା କଳା ବାଦଳ ।

ଗତ ସପ୍ତାହ ତଳେ କୁଞ୍ଜ ବିହାରୀ ଗୁରୁତର ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗତ ରବିବାର ସନ୍ଧ୍ୟାରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଡାକ୍ତର କହିଥିଲେ। ଏହି ଖବର ପାଇ ଶାଶୁ ଘରେ ଥିବା ଦୀପିକା ନିଜର ସମସ୍ତ ସୁନା ଗହଣା, ବିଭିନ୍ନ ପରିଚୟ ପ୍ରମାଣପତ୍ର, ୧୩ ମାସର କନ୍ୟାକୁ ଧରି ସ୍ୱାମୀ କିଣି ଦେଇଥିବା ସ୍କୁଟିରେ ପଳାଇଥିଲେ। ଏହାପରେ ସେ ଘରକୁ ନ ଫେରିବାରୁ ଶାଶୁ ଘର ଲୋକେ ଏଣେତେଣେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଖଇର୍ଦ୍ଦା ଅଞ୍ଚଳର ଜଣେ ଯୁବକ ସହ ଜଳେଶ୍ଵର ନିକଟସ୍ଥ ଚନ୍ଦନା ନିକଟରେ ଦୀପିକା ରହିଥିବା ସେମାନେ ସୂଚନା ପାଇଥିଲେ।

ଏହି ଖବର ପାଇବା ପରେ କୁଞ୍ଜ ବିହାରୀଙ୍କ ଭାଇ ଓ ଭିଣୋଇ ସେଠାରେ ପହଞ୍ଚି ଦୀପିକାଙ୍କ ସହ କଥା ହୋଇଥିଲେ ବି ସେ ଫେରିବାକୁ  ରୋକଠୋକ ମନା କରି ଦେଇଥିଲେ। ଉକ୍ତ ଯୁବକଙ୍କୁ ୩ ବର୍ଷ ହେଲା ଭଲ ପାଉଛନ୍ତି ଓ ବିବାହ କରିବାକୁ ଚାହୁଁଛନ୍ତି ବୋଲି ସଫା ସଫା କହିଥିଲେ ଦୀପିକା । 

ଏହାପରେ ସେଠାରେ ଉପସ୍ଥିତ ଥିବା କିଛି ମାନ୍ୟଗଣ୍ୟ ବ୍ୟକ୍ତି ଆଇନଜୀବୀ ଓ ନୋଟାରିଙ୍କ ଉପସ୍ଥିତିରେ ଉକ୍ତ ଯୁବକଙ୍କ ସହ ଦୀପିକାଙ୍କ ବିବାହ ହୋଇଥିଲା। ବିବାହ ପରେ ମହିଳା ଜଣକ ତାଙ୍କ ସାଥିରେ ନେଇ ଯାଇଥିବା ସ୍କୁଟି ଓ ସ୍ୱାମୀ କିଣି ଦେଇଥିବା କିଛି ସୁନା ଗହଣାକୁ ଶାଶୁ ଘର ଲୋକଙ୍କୁ ଫେରାଇ ଦେଇଛନ୍ତି।

ପତ୍ନୀ ଅନ୍ୟ ଯୁବକ ସହ ଫେରାର ହୋଇ ଯାଇଥିବା ଖବର ପାଇ ମେଡିକାଲ ବେଡରେ ଆଖିରୁ ଲୁହ ଗଡ଼ାଉଥିବା କୁଞ୍ଜ ବିହାରୀ ନ୍ୟାୟ ପାଇବାକୁ ଆଶା ରଖିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/mu9yCTa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages