ରେଲୱେ ଷ୍ଟେସନ ଡ୍ରମ ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 13, 2023

ରେଲୱେ ଷ୍ଟେସନ ଡ୍ରମ ଭିତରୁ ମିଳିଲା ମହିଳାଙ୍କ ମୃତଦେହ, ହତ୍ୟା ସନ୍ଦେହ

ଡ୍ରମ ଭିତରୁ ମିଳିଲା ମହିଳାଙ୍କ ମୃତଦେହ। ରେଲୱେ ଷ୍ଟେସନରେ ଥୁଆ ହୋଇଥିବା ଏକ ଡ୍ରମରୁ ମହିଳାଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଆତଙ୍କ ଖେଳିଯାଇଛି। ବେଙ୍ଗାଲୁରୁର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲରେ ଏଭଳି କିଛି ଘଟଣା ଘଟିଛି। 

ଏଠାକାର ଏସ୍ ଏମ୍ ବିଶ୍ୱେଶରାୟ ଟର୍ମିନାଲର ମୁଖ୍ୟ ଫାଟକ ନିକଟରେ ଥିବା ଏକ ପ୍ଲାଷ୍ଟିକ ଡ୍ରମ ଭିତରୁ ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ବୟସ ୩୨ରୁ ୩୫ ମଧ୍ୟରେ ହେବ। ଏପର୍ଯ୍ୟନ୍ତ ତ‌ାଙ୍କର ପରିଚୟ ମିଳିପାରି ନାହିଁ। ମହିଳାଙ୍କୁ କେହି ହତ୍ୟା କରି ଏଠାରେ ରଖିଥିବା ସନ୍ଦେହ କରାଯାଉଛି। ଏନେଇ ଏକ ହତ୍ୟା ମାମଲା ରୁଜୁ ହୋଇଛି ବୋଲି କର୍ଣ୍ଣାଟକର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ସୋମବାର ରାତିରେ ଅପରାଧୀ ଅଟୋ ରିକ୍ସାରେ ମୃତଦେହକୁ ଡ୍ରମ ଭିତରେ ପୂରାଇ ଆଣିଥିଲେ ଏବଂ ରେଲୱେ ଷ୍ଟେସନରେ ଛାଡି ଫେରାର ହୋଇଯାଇଥିଲେ। ପୁଲିସ ଏବେ ସେହି ଲୋକଙ୍କୁ ଖୋଜିବାରେ ଲାଗିଛି। ଯେଉଁ ଅଟୋରିକ୍ସାରେ ଅପରାଧୀମାନେ ଆସିଥିଲେ ସେହି ଅଟୋକୁ ମଧ୍ୟ ଖୋଜୁଛି ପୁଲିସ।  

ଗତବର୍ଷ ମଧ୍ୟ ବେଙ୍ଗାଲୁରରେ ଏପରି ଏକ ସମାନ ଘଟଣା ଘଟିଥିଲା। ଡିସେମ୍ବର ମାସର ଦ୍ୱିତୀୟ ସପ୍ତାହରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସାର୍ ଏମ୍ ବିଶ୍ୱେଶରାୟ ଠାରେ ଏକ ଯାତ୍ରୀବାହୀ ଟ୍ରେନ୍‌ର କୋଚ୍‌ରୁ ମିଳିଥିଲା। ଯାତ୍ରୀମ‌ାନେ ଟ୍ରେନ୍ ମଧ୍ୟରେ ପଚା ଗନ୍ଧ ହେଉଥିବା ଅଭିଯୋଗ ଆଣିବା ପରେ ବହୁ ଖୋଜାଖୋଜି ହୋଇଥିଲା। ଶେଷରେ ଯାଇ ଏକ ହଳଦିଆ ଜରି ବସ୍ତାରୁ ପଚି ଯାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/QteCxLJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages